ଏହି ଷ୍ଟାର ହେଲେ Khatron KE Khiladi-12ର ବିଜେତା !
Entertainment News:Khatron KE Khiladi-12 Winner Tushar kalia!ଏହି ଷ୍ଟାର ହେଲେ Khatron KE Khiladi-12ର ବିଜେତା !
ମୁମ୍ବାଇ: ଚର୍ଚ୍ଚିତ ଶୋ 'Khatron KE Khiladi-12' । ରବିବାର ଦିନ ମୁମ୍ବାଇରେ ଶୋ'ର ଫାଇନାଲ ଏପିସୋଡର ସୁଟିଂ ଶେଷ ହୋଇଛି । ଶୋ'କୁ ମିଳିସାରିଛି ୱିନର୍ । ହେଲେ ଏହାର ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । ଆସନ୍ତା ସପ୍ତାହରେ ଏହା ଟେଲିଭିଜନରେ ପ୍ରସାରିତ ହେବ । ସ୍ଟଣ୍ଟ ସହିତ ପ୍ରତିଯୋଗୀମାନଙ୍କ ଡ୍ୟାନ୍ସର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ ।

ରିପୋର୍ଟ ଅନୁସାର ଶୋ'ର ୱିନର୍ କୋରିଓଗ୍ରାଫର୍ ତୁଷାର କାଳିଆ । ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଶୋ' ମେକର୍ସଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ସୋଶାଲ ମିଡିଆରେ କ୍ରମାଗତ ଭାବେ ଏହି ଖବର ଭାଇରଲ ହେବାରେ ଲାଗିଛି । ଏପରିକି ଫ୍ୟାନ୍ସ ଏବେଠୁ ହିଁ ତୁଷାରଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଲେଣି । 'Khatron KE Khiladi-12ର ଅନେକ ଫ୍ୟାନ୍ ପେଜରେ ତୁଷାରଙ୍କ ଫଟୋ ଭାଇରାଲ ହେବା ସହ ତୁଷାର ହିଁ ବିଜେତା ବୋଲି ଦାବି କରାଯାଉଛି । ତେବେ ଫାଇଲାନ୍ ଏପିସୋଡ୍ ସୁଟିଂ ଦିନ ବିଳମ୍ବିତ ରାତିରେ ବିଜେତାଙ୍କୁ ଦିଆଯାଇଥିବା କାର୍ ଚାବି ସହିତ ତୁଷାରଙ୍କୁ ଦେଖିବା ପାଇଁ ମିଳିଥିଲା । ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫାଇନାସ୍ ଏପିସୋଡରେ ରୋହିତ୍ ଶେଟ୍ଟୀଙ୍କ ଆସନ୍ତା ଫିଲ୍ମ 'ସର୍କସ'ର ଅଭିନେତା ରଣବୀର ସିଂ ଓ ବରୁଣ ଶର୍ମାଙ୍କୁ ଦେଖିବା ପାଇଁ ମିଳିବ । ନିକଟରେ ରୁବିନା ରଣବୀର ଓ ରୋହିତ ଶେଟ୍ଟୀଙ୍କ ସହ ଏକ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।












Click it and Unblock the Notifications