ଘୋଷଣା ହେଲା କେଜିଏଫ୍-୨ର ରିଲିଜ୍ ଡେଟ୍
ମୁମ୍ବାଇ:କେଜିଏଫ-୨ ଚଳଚିତ୍ର ଦେଖିବା ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିଥିବା ଫ୍ୟାନ ମାନଙ୍କ ପାଇଁ ଖୁସି ଖବର। ବ୍ଲକ ବଷ୍ଟର ମୁଭି କେଜିଏଫର ସେକଣ୍ଡ ଏଡିସନ ଅର୍ଥାତ 'କେଜିଏଫ-ଚାପ୍ଟର ଟୂ' ରିଲିଜ ଡେଟ ଘୋଷଣା ହୋଇଯାଇଛି। କନ୍ନଡ ଅଭିନେତା ୟସ୍ ବହୁପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨ର ମୁକ୍ତିଲାଭ ସମ୍ପର୍କିତ ତାରିଖ ସାମାଜିକ ଗଣମାଧ୍ୟମ ଜରିଆରେ ସୁଚିତ କରିଛନ୍ତି ।

କୋବିଡ ମହାମାରୀ ଜନିତ ସଙ୍କଟକୁ ଇସାରା କରି ଫିଲ୍ମ ନିର୍ଦେଶକ ପ୍ରଶାନ୍ତ ନୀଲ କହିଛନ୍ତି ଯେ, " ଆଜିର ଅନିଶ୍ଚିତତା ଆମ ସଂକଳ୍ପରେ ଡେରି କରିପାରେ, କିନ୍ତୁ, ପ୍ରତିଶୃତି ମୁତାବକ ଆମେ ୧୪ ଏପ୍ରିଲ, ୨୦୨୨ରେ ଦେଶର ସିନେମା ଘରଗୁଡିକରେ ଶୋଭା ପାଇବୁ ।" କେଜିଏଫ-୨ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । କନ୍ନଡ, ତେଲୁଗୁ, ତାମିଲ, ମାଲୟାଲମ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ପ୍ରଯୋଜକମାନେ ଯୋଜନା କରିଛନ୍ତି । ବିଜୟ କିରଙ୍ଗଦୁରଙ୍କ ଦ୍ଵାରା ନିର୍ମିତ ଏହି କନ୍ନଡ ଚଳଚିତ୍ର ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଥିଲା । ଫିଲ୍ମ ନିର୍ଦେଶକ ପ୍ରଶାନ୍ତ ହିଁ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ।
ସଞ୍ଜୁ ବାବାଙ୍କ ହେବ ଏଣ୍ଟ୍ରି
ଏହି ଫିଲ୍ମରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ମଧ୍ୟ ଦେଖା ଦେବେ । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଞ୍ଜୁ ବାବାଙ୍କ ଏହା ଡେବ୍ୟୁ ହେବାକୁ ଯାଉଛି । ଫିଲ୍ମରେ ସଞ୍ଜୟ ଅଧୀରାର ରୋଲରେ ନଜର ଆସିବେ ।

ନିଜର ଇନଷ୍ଟାଗ୍ରାମ ପେଜରେ ସଞ୍ଜୁ ଏହି ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ଫ୍ୟାନମାନଙ୍କୁ ଏହା ବହୁତ ପସନ୍ଦ ଆସିଥିବା ଜଣା ପଡୁଛି । ଏହି ପୋଷ୍ଟରରେ ରବୀନ ଟଣ୍ଡନ, ସଞ୍ଜୟ ଦତ୍ତ, ୟସ ଏବଂ ପ୍ରକାଶ ରାଜ ନଜର ଆସୁଛନ୍ତି । ପୋଷ୍ଟର ଦେଖିବା ପରେ ଲୋକଙ୍କ ମନରେ ଉତ୍ସାହ ଆହୁରି ବଢିଯାଇଛି । ସାମାଜିକ ଗଣ ମାଧ୍ୟମରେ ଜଣେ ୟୁଜର ପୋଷ୍ଟର ଦେଖିବା ପରେ ଲେଖିଛନ୍ତି "ସାର, ବହୁତ ବହୁତ ଶୁଭ କାମନା ।" ଅନ୍ୟ ଜଣେ ୟୁଜର ଲେହିଛନ୍ତି "ସୁପର୍ବ ।"












Click it and Unblock the Notifications