ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅକ୍ଷୟ କୁମାର, ଦେଶର ରାଜଧାନୀରେ ଟ୍ୟାକ୍ସ ଫ୍ରି ହେବ କି 'କେସରୀ ୨'

ବଲିଉଡ ଅଭିନେତା ଅକ୍ଷୟ ନିଜ ଆଗାମୀ ଫିଲ୍ମ 'କେସରୀ ଚାପ୍ଟର 2'କୁ ନେଇ ଚର୍ଚ୍ଚାର ରହିଛନ୍ତି । ଅକ୍ଷୟ କୁମାର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଆଜି ଅର୍ଥାତ୍ ୧୫ ଏପ୍ରିଲ୍ ୨୦୨୫ ମଙ୍ଗଳବାର ଦିନ ଅକ୍ଷୟ କୁମାର ଦିଲ୍ଲୀ ସଚିବାଳୟରେ ପହଞ୍ଚିଥିଲେ, ଯେଉଁଠାରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରାଯାଇଥିଲା ଏବଂ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ ମଧ୍ୟ କରିଥିଲେ। ଏହି ସମୟରେ ଅକ୍ଷୟ କୁମାର ଫିଲ୍ମକୁ ଟିକସମୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ।

ଅକ୍ଷୟ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟି ତାଙ୍କ ଆଗାମୀ ଫିଲ୍ମ 'କେସରୀ 2' ବିଷୟରେ କଥା ହୋଇଥିଲେ। ନିର୍ମାତା ଏବଂ ଅକ୍ଷୟ କୁମାର ଚାହୁଁଛନ୍ତି ଯେ ସେମାନଙ୍କ ଫିଲ୍ମ 'କେସରୀ 2'କୁ ଦେଶର ରାଜଧାନୀ ଦିଲ୍ଲୀରେ ଟ୍ୟାକ୍ସ ଫ୍ରି କରାଯାଉ । ଏହାର ଏକ ମାତ୍ର ଉଦ୍ୟସ ହେଉଛି ଏହି ଫିଲ୍ମକୁ ଅଧିକରୁ ଅଧିକ ଲୋକ ଦେଖନ୍ତୁ ।

Kesari Chapter 2

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ବହୁତ ସ୍ୱତନ୍ତ୍ର ଥିଲା। ଚଳଚ୍ଚିତ୍ରର ବିଷୟ, ଏହାର ସାମାଜିକ ଗୁରୁତ୍ୱ ଏବଂ ଯୁବ ପିଢ଼ି ଉପରେ ଏହାର ପ୍ରଭାବ ବିଷୟରେ ଦୁହିଁଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗମ୍ଭୀର ଆଲୋଚନା ହୋଇଥିଲା।

ଏହି ଚଳଚ୍ଚିତ୍ରଟି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଉପରେ ଆଧାରିତ। ଅକ୍ଷୟ କୁମାର କହିଛନ୍ତି - 'କେସରୀ 2' କେବଳ ଏକ ଫିଲ୍ମ ନୁହେଁ ବରଂ ଭାରତର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧର ସାକ୍ଷ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+