ଏହି ଓଟଟି ପ୍ଲାଟଫର୍ମରେ ରିଲିଜ୍ ହେହ 'କେସରୀ ଚାପ୍ଟର ୨'
Kesari Chapter 2: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ 'କେସରୀ ଚାପ୍ଟର 2-ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନୱାଲା ବାଗ'କୁ ନେଇ ଚର୍ଚ୍ଚାରେ ଅଛନ୍ତି ଏହି ଫିଲ୍ମଟି ଆଜି ଅର୍ଥାତ୍ ୧୮ ଏପ୍ରିଲ ୨୦୨୫ (ଶୁକ୍ରବାର) ଦିନ ସିନେମା ମୁକ୍ତିଲାଭ କରିଛି। ଫିଲ୍ମ ରିଲିଜ୍ ପରେ ଦେଶର ଅନେକ ସହରର ସିନେମା ହଲ ଫୁଲ୍ ରହିଛି । ଏପରିକି ଅକ୍ଷୟ କୁମାରଙ୍କ ଅଭିନୟକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।
ଅକ୍ଷୟ କୁମାର, ଆର ମାଧବନ ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'କେସରୀ ଚାପ୍ଟର 2' ଏହି ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା। ରିଲିଜ୍ ହେବା ମାତ୍ରେ ଏହି ଫିଲ୍ମଟି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଲୋକମାନେ ଫିଲ୍ମର କାହାଣୀକୁ ପସନ୍ଦ କରୁଛନ୍ତି। ଫିଲ୍ମଟି ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି ।

ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ ଚାପ୍ଟର 2' ବକ୍ସ ଅଫିସରେ ବହୁତ ଭଲ ଆୟ କରିବାର ସମ୍ଭାବନା ରହିଛି କାରଣ ଫିଲ୍ମକୁ ପ୍ରଥମ ଦିନ ଭଲ ପ୍ରତିକ୍ରିୟା ମିଳିଛି । ଫିଲ୍ମଟି ଥିଏଟରରେ ରିଲିଜ୍ ହେବାର ଗୋଟିଏ ଦିନ ବି ହୋଇ ନାହିଁ ଏହାର OTT ରିଲିଜକୁ ନେଇ ଲୋକେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି ।
ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ 'କେସରୀ 2' ଥିଏଟର ଆସିବା ପରେ OTT ପ୍ଲାଟଫର୍ମ Jio Hotstar ରେ ଷ୍ଟ୍ରିମ୍ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ କୌଣସି ଫିଲ୍ମ ଥିଏଟରରେ ରିଲିଜ୍ ହେବାର 45 ରୁ 60 ଦିନ ପରେ OTTରେ ରିଲିଜ୍ ହୁଏ । ଏପରି ପରିସ୍ଥିତିରେ, ଏହି ଫିଲ୍ମଟି ଜୁନ୍ 2025 ଆରମ୍ଭରେ OTT ପ୍ଲାଟଫର୍ମ Jio Hotstar ରେ ରିଲିଜ୍ ହୋଇପାରେ । ହେଲେ ଏପର୍ଯ୍ୟନ୍ତ
ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।












Click it and Unblock the Notifications