ଖୁବଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି 'କୌନ ବନେଗା କରୋଡ଼ପତି ୧୬'
Kaun Banega Crorepati 16: ଲୋକପ୍ରିୟ ଟେଲିଭିଜନ୍ ଶୋ 'କୌନ ବନେଗା କରୋଡପତି' ଦୀର୍ଘ ଦିନ ହେବ ଲୋକଙ୍କ ମନୋରଞ୍ଜନ କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଧାରଣ ଲୋକ ଏହି ଶୋ ଜରିଆରେ କୋଟିପତି ହୋଇଛନ୍ତି ଏବଂ ଏହାର ଖୁବ୍ ଅଧିକ ଲୋକପ୍ରିୟତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୧୫ଟି ସିଜିନ୍ ଆସି ସାରିଛି । ପ୍ରତିବର୍ଷ ଦର୍ଶକମାନେ ଏହାର ନୂଆ ଅଧ୍ୟାୟକୁ ଅପେକ୍ଷା କରିଥାନ୍ତି । ବର୍ତ୍ତମାନ ଏହି ଶୋ'ର ୧୬ ତମ ସିଜିନ୍ ଆରମ୍ଭ ହେବା ପାଇଁ ଯାଉଛି । ଶୋ ହୋଷ୍ଟ ଅମିତାଭ ବଚ୍ଚନ ପୁଣି ଥରେ କେବିସି ମାଧ୍ୟମରେ ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ।

ସୋନି ଟିଭି ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଜାରି କରିଛି । ସୋନି ଟିଭି କେବିସିର ଏକ ପୁରୁଣା ଭଡିଓ ମଧ୍ୟ ପୋଷ୍ଟ କରିଛି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ - ଏତେ ଭଲ ପାଇବା ମିଳିଛି ଯେ ପୁଣି ଥରେ ଫେରିବା ପାଇଁ ଯାଉଛି କୌନ ବନେଗା କରୋଡପତି' ।
ଏହି ଭିଡିଓ ସହିତ ନିର୍ମାତାମାନେ ଶୋ' ପାଇଁ ପଞ୍ଜୀକରଣ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଶୋ'ରେ ଭାଗ ନେବାକୁ ପ୍ରତିଯୋଗୀମାନଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ । ଶୋ ପାଇଁ ପଞ୍ଜୀକରଣ ୨୬ ଏପ୍ରିଲରୁ ରାତି ୯ ଟାରୁ ଆରମ୍ଭ ହେବ । ତେବେ ପଞ୍ଜୀକରଣ କେଉଁଠାରେ କରାଯିବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।












Click it and Unblock the Notifications