ସିଦ୍ଧିବିନାୟକଙ୍କ ଦର୍ଶନ କଲେ କ୍ୟାଟ୍ରିନା-ଭିକି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ସିଦ୍ଧିବିନାୟକଙ୍କ ଦର୍ଶନ କଲେ କ୍ୟାଟ୍ରିନା-ଭିକି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ମୁମ୍ବାଇ: ନୂତନ ବର୍ଷ ଅବସରରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ସିଦ୍ଧିବିନାୟକ ମନ୍ଦିରରେ ଦର୍ଶନ ପାଇଁ ପହଁଚିଥିଲେ । ଏହି ଷ୍ଟାର ଦମ୍ପତି ଶୁକ୍ରବାର ସକାଳେ ଅର୍ଥାତ୍ ଆଜି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଛନ୍ତି । ବିକିଙ୍କ ମା' ବୀଣା କୌଶଲ ମଧ୍ୟ ସାଥିରେ ନଜର ଆସିଥିଲେ । କ୍ୟାଟ୍ରିନା ଏବଂ ବିକି କୌଶଲଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କିଛି ଦିନ ପୂର୍ବରୁ ନିଜ ଆନିଭର୍ସରି ସେଲିବ୍ରେଟ୍ କରିବା ପାଇଁ ବିକି ଏବଂ କ୍ୟାଟ୍ରିନା ରାଜସ୍ଥାନରେ ପହଁଚିଥିଲେ ।

Katrina-Vicky kaushal
ଏହି ଭାଇରାଲ ଫଟୋରେ କ୍ୟାଟ୍ରିନା ବିନା ମେକଅପରେ ନଜର ଆସୁଛନ୍ତି । ସିମ୍ପଲ୍ ଆଣ୍ତ ଦେଶି ଲୁକରେ ନଜର ଆସିଥିଲେ କ୍ୟାଟ୍ରିନା ଉଭୟଙ୍କର ଏହି ଫଟୋକୁ ଫ୍ୟାନ୍ସଙ୍କ ଖୁବ ଭଲ ପାଇବା ମଧ୍ୟ ମିଳୁଛି । ଏହି ଫଟୋ କ୍ୟାଟ୍ରିନା କୈଫଙ୍କର ଫ୍ୟାନ୍ ପେଜରେ ସେୟାର କରାଯାଇଛି । ଯେଉଁଥିରେ ପ୍ରଶଂସକଙ୍କର ବେଶ୍ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।

କ୍ୟାଟ୍ରିନା କୈଫଙ୍କର ଅନେକ ଚଳଚ୍ଚିତ୍ର ଏବେ ରିଲିଜ୍ ଅପେକ୍ଷାରେ । ସେ ସଲମାନ ଖାନଙ୍କ ସହ 'ଟାଇଗର ୩', ' ମେରୀ ଖ୍ରୀଷ୍ଟମାସ' ଏବଂ 'ଜି ଲେ ଜାରା 'ଭଳି ଫିଲ୍ମରେ ନଜର ଆସିବେ। ସେହିପରି ନିକଟରେ ଭିକି କୌଶଲଙ୍କ ଫିଲ୍ମ 'ଗୋବିନ୍ଦା ନାମ ମେରା' ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+