କ୍ୟାଟ୍ରିନା ସେୟାର କଲେ ଭିକ୍କିଙ୍କର ଫନି ଭିଡିଓ, ଫ୍ୟାନ୍ସ କହିଲେ କେହି ତାଙ୍କୁ ବଞ୍ଚାଅ...
କ୍ୟାଟ୍ରିନା ସେୟାର କଲେ ଭିକ୍କିଙ୍କର ଫନି ଭିଡିଓ, ଫ୍ୟାନ୍ସ କହିଲେ କେହି ତାଙ୍କୁ ବଞ୍ଚାଅ...
ମୁମ୍ବାଇ: ବି-ଟାଉନରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ ଅନ୍ୟତମ । ନିକଟରେ ଦୁହେଁ ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାରି ମଧ୍ୟରେ କ୍ୟାଟ୍ରିନା ଭିକ୍କିଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଷ୍ଟାର ଦମ୍ପତ୍ତିଙ୍କର ମର୍ଣ୍ଣିଂ ମସ୍ତି ଦେଖିବା ପାଇଁ ମିଳୁଛି । ବାସ୍ତବରେ, ଏହି ଭିଡିଓରେ, କ୍ୟାଟ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଫୋନ୍ ଭୂତ୍'ର ଏକ ସଂଳାପ କହି ଭିକିଙ୍କୁ ନିଦରୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ।
କ୍ୟାଟ୍ରିନା କୈଫ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ବିକି କୌଶଲ ଗଭୀର ନିଦରେ ଶୋଇଥିବାର ନଜର ଆସୁଛନ୍ତି । ସେପଟେ କ୍ୟାଟ୍ରିନା ତାଙ୍କ ପାଖକୁ ଯାଉ ଫୋନ ଭୂତର ଏକ ଡାଇଲଗ୍ ପ୍ଲେ କରୁଛନ୍ତି । ଯାହା ପରେ ଭୟରେ ଭିକ୍କିଙ୍କର ନିଦ ଭାଙ୍ଗିଯାଉଛି ଓ ହେଲେ ସେ ଉଠିବା ପରିବର୍ତ୍ତେ ପୁଣି ଶୋଇପଡୁଥିବା ନଜର ଆସୁଛନ୍ତି । ଏହି ଫନି ଭିଡିଓ ସେୟାର କରି କ୍ୟାଟ୍ରିନା ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ପତ୍ନୀଙ୍କର ଏକ ସୁନ୍ଦର କଲ୍ ।ଅଭିନେତ୍ରୀ ଏହି ଭିଡିଓ ସେୟାର କରିବାର କିଛି ସମୟ ମଧ୍ୟରେ ଖୁବ ଭାଇରାଲ ହୋଇଥିଲା ଫ୍ୟାନ୍ସଙ୍କ କମେଣ୍ଟ ଓ ହଜାର ହଜାକ ଲାଇକ୍ସ ମଧ୍ୟ ଦେଖିବା ପାଇଁ ମିଳୁଛି ।

ତେବେ ଭିଓରେ ଯେଉଁ ଡାଇଲଗଟି ପ୍ଲେ ହେଉଛି ତାହା କ୍ୟାଟ୍ରିନାଙ୍କର ଆଗାମୀ ଫିଲ୍ମ 'ଫୋନ୍ ଭୂତ୍' ସଂଳାପ । ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଏଥିରେ କ୍ୟାଟ୍ରିନା ଭୂତ ଭୂମିକାରେ ନଜର ଆସିବେ । ତାଙ୍କ ସହ ଫିଲ୍ମରେ ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଏକ ହରର କମେଡି ଫିଲ୍ମ ଯାହା ନଭେମ୍ବର ୪ ରେ ରିଲିଜ ହେବାକୁ ଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications