ବିବାହ ପରେ କ୍ୟାଟ୍ରିନାଙ୍କ ପ୍ରଥମ ଜନ୍ମଦିନ , କେଉଁଠି କଲେ ସେଲିବ୍ରେଟ୍ ?

ODIA ,ODIA NEWS ,ODIA Entertainment NEWS ,Entertainment NEWS ,BOLLYWOOD ,KATRINA KAIF, Vicky Kaushal ,KATRIANA BIRTHDAY ,

ମୁମ୍ବାଇ: ବଲିଉଡର ସୁନ୍ଦର ତଥା ଦକ୍ଷ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଆଜି ଜୁଲାଇ ୧୬ରେ ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି ।ଭିକ୍କି କୌଶଲଙ୍କ ସହ ବିବାହ ପରେ ଏକା ତାଙ୍କର ପ୍ରଥମ ଜନ୍ମଦିନ । ତେବେ ଏହି ଖାସ ଦିନକୁ ଅର୍ଥାତ୍ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଇଁ ସ୍ୱାମୀ ଭିକ୍କି କୌଶଲ କ'ଣ ପ୍ରସ୍ତୁତି କରିଛନ୍ତି ଓ କେତେ ଖାସ ରହିବ ଆଜିର ଦିନ ତାହା ଜାଣିବା ପାଇଁ ଫ୍ୟାନ୍ସ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି। ସେ ନିଜ ପତ୍ନୀଙ୍କୁ କ'ଣ ସର୍ପାଇଜ୍ ଉପହାର ଦେବେ ପାଇଁ ଯାଉଛନ୍ତି । ତେବେ ଖୁବ ଖାସ ଢଙ୍ଗରେ କ୍ୟାଟ୍ରିନା ସେଲିବ୍ରେଟ କରୁଛନ୍ତି ନିଜ ୩୯ତମ ଜନ୍ମ ଦିନ ।

KATRINA 2

କ୍ୟାଟ୍ରିନା ସ୍ୱାମୀ ଭିକି କୌଶଲଙ୍କ ସହ ଜୁଲାଇ ୧୫ରେ ଗୋଟିଏ ଦିନ ପୂର୍ବରୁ ହିଁ ମାଳଦ୍ୱୀପ ଅଭିମୁଖେଯାତ୍ରା କରିଥିଲେ। ଆଜି ସେ ସେଠାରେ ହିଁ ନିଜ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । କ୍ୟାଟ୍ରିନା ଖୁବ ଗ୍ରାଣ୍ତ ଅନ୍ଦାଜରେ ନିଜ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି ।ତେବେ ବିବାହ ପରେ କଟ୍ରିନାଙ୍କର ପ୍ରଥମ ଜନ୍ମଦିନକୁ ସୁନ୍ଦର ଓ ସ୍ମରଣୀୟ କରିବା ପାଇଁ ଭିକି କୌଶଲ କୌଣସି କମି କରିନାହଁନ୍ତି ।

KATRINA

ତେବେ କଟ୍ରିନାଙ୍କ ଜନ୍ମଦିନରେ ନଜର ଆସିବେ ଅନେକ ବଲିଉଡ ସେଲିବ୍ରିଟି । ଯେଉଁମାନେ ଉଭୟଙ୍କ ପାଇଁ ଅତ୍ୟନ୍ତ ଖାସ ଏବଂ ପ୍ରିୟ ଅଟନ୍ତି ।ଭିକ୍କି କୌଶଲଙ୍କ ଭାଇ ଅଭିନେତା ସନ୍ନି କୌଶଲ ଏବଂ ଅଭିନେତ୍ରୀ ଶାରଭାରୀ ବାଗ ମଧ୍ୟ ଏହି ପାର୍ଟୀରେ ଯୋଗଦେବେ। ସନି ଏବଂ ଶାରଭାରୀ ଦୀର୍ଘଦିନ ହେବ ପରସ୍ପରଙ୍କୁ ଡେଟ କରୁଛନ୍ତି । ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ଦ୍ଦେଶକ କବୀର ଖାନ ଏବଂ ତାଙ୍କ ପତ୍ନୀ ମିନି ମଥୁର ମଧ୍ୟ କ୍ୟାଟ୍ରିନାଙ୍କ ଜନ୍ମଦିନ ପାର୍ଟିରେ ମାଳଦ୍ୱୀପରେ ପହଞ୍ଚିଛନ୍ତି। ଗୋଟିଏ ଦିନ ପୂର୍ବରୁ କ୍ୟାଟ୍ରିନା ସ୍ୱାମୀ ଭିକ୍କି କୌଶଲଙ୍କୁ ଏକା ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବା ପାଇଁ ମିଳିଥିଲା ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କ୍ୟାଟ୍ରିନା ନିଜ ଆଗାମୀ ଫିଲ୍ମ 'ଫୋନ୍ ଭୁଥ୍' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ 'ଟାଇଗର ୩'ରେ ମଧ୍ୟ ନଜର ଆସିବେ। ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ଆଲିଆ ଭଟ୍ଟଙ୍କ ସହ ତାଙ୍କର 'ରୋଡ୍ ଟ୍ରିପ୍' ଚଳଚ୍ଚିତ୍ରର ମଧ୍ୟ ଶୁଟିଂ ଆରମ୍ଭ ହେବ । ଏଥି ସହିତ ଭିକ୍କି କୌଶଲ ବର୍ତ୍ତମାନ କିଛି ଭିନ୍ନ ଚଳଚ୍ଚିତ୍ରରେ କାମ କରୁଛନ୍ତି। ସେ ମେଘନା ଗୁଲଜାରଙ୍କ ବାୟୋପିକ୍ 'ସାମ୍ ବାହାଦୂର' ପାଇଁ ପ୍ରସ୍ତୁତ ହେଉଛନ୍ତି। ପରବର୍ତ୍ତୀ ପ୍ରଡକ୍ସନରେ ଏହି ଅଭିନେତାଙ୍କର 'ମେରା ନାମ ଗୋବିନ୍ଦା' ଅଛି । ଯେଉଁଥିରେ ଭିକ୍କି ଏକ କମେଡି ଡ୍ରାମା ଫିଲ୍ମରେ ସାରା ଅଲି ଖାନଙ୍କ ସହ ମଧ୍ୟ ଦେଖିବାକୁ ମିଳିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+