କ୍ୟାଟ୍ରିନା ଓ ଭିକ୍କିଙ୍କୁ ହତ୍ୟା ଧମକ ଦେଉଥିଲେ ଜଣେ ଅଭିନେତା ! ଷ୍ଟ୍ରଗଲିଂ ଆକ୍ଟରଙ୍କୁ ଗିରଫ କରିଛି ପୋଲିସ୍
Katrina Kaif, Vicky Kaushal Receive Death Threats:ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କୁ ହତ୍ୟା ଧମକ .କ୍ୟାଟ୍ରିନା ଓ ଭିକ୍କିଙ୍କୁ ହତ୍ୟା ଧମକ ଦେଉଥିଲେ ଜଣେ ଅଭିନେତା ! ଷ୍ଟ୍ରଗଲିଂ ଆକ୍ଟରଙ୍କୁ ଗିରଫ କରିଛି ପୋଲିସ୍
ମୁମ୍ବାଇ: କ୍ୟାଟ୍ରିନ୍ କୈଫ୍ ଓ ସ୍ବାମୀ ଭିକ୍କି କୌଶଲଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି ଗିରଫ । କ୍ୟାଟ୍ରିନାଙ୍କୁ ଏକତରଫା ପ୍ରେମ କରୁଥିଲେ ଏହି ବ୍ୟକ୍ତି । ଅଭିଯୁକ୍ତ ମାନ୍ଭିନ୍ଦେର ସିଂହ ନାମକ ଜଣେ ଷ୍ଟ୍ରଗଲିଂ ଆକ୍ଟରଙ୍କୁ ଗିରଫ କରିଛି ପୋଲିସ୍ । ମାନ୍ଭିନ୍ଦେର ସିଂହ ଉତ୍ତରପ୍ରଦେଶର ଲକ୍ଷ୍ନୌର ସେ ମୁମ୍ବାଇରେ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକରେ କାମ କରିବାକୁ ସଂଘର୍ଷ କରୁଥିଲେ । ସୂଚନା ରହିଛି ଯେ ସେ କ୍ୟାଟ୍ଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ତାଙ୍କ ସହ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। କ୍ୟାଟ୍ରିନାଙ୍କ ବିବାହ ପରେ ତାଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଯେଉଁଥି ପାଇଁ ସେ କ୍ୟାଟ୍ରିନାଙ୍କ ବିବାହ ପରେ ତାଙ୍କୁ ସୋସିଆଲ୍ ମିଡିଆରେ ହଇରାଣ କରିବା ଆରମ୍ଭ କରିଥିଲେ । ଉଭୟ ପତି-ପତ୍ନୀଙ୍କୁ ହତ୍ୟା କରିବାର ଧମକ ଦେଉଥିଲେ । ଏହା ସହ ସେ କ୍ୟାଟ୍ରିନାଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ଏଡିଟ୍ କରି ଇନ୍ଷ୍ଟାରେ ସେ ପୋଷ୍ଟ ମଧ୍ୟ କରୁଥିଲେ । ସେ କଟ୍ରିନାଙ୍କର ଜଣେ ପାଗଳ ପ୍ରେମିକ । ସେ ହତ୍ୟା ଧମକ ଦେବା ସହ ଇନଷ୍ଟାଗ୍ରାମରେ ମ୍ୟାସେଜ୍ ମଧ୍ୟ କରୁଥିଲେ ।

ସୂଚନା ଅନୁସାରେ ଏହି ମାମାଲାରେ ଅଭିନେତା ଭିକ୍କି କୌଶଲ ନିଜେ ସାଣ୍ଟାକ୍ରଜ୍ ପୁଲିସ୍ ଷ୍ଟେସନ୍ ଯାଇ ଏକ ମାମଲା ରୁଜୁ କରିଥିଲେ । ଯାହା ପରେ ମୁମ୍ବାଇ ପୁଲିସ୍ ଏ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।












Click it and Unblock the Notifications