ଭୂତ ସାଜି କ୍ୟାଟ୍ରିନା ଜିଣିଲେ ଦର୍ଶକଙ୍କ ମନ, ରିଲିଜର ତୃତୀୟ ଦିନରେ ଏତିକି କୋଟି ଆୟ କଲା 'ଫୋନ୍ ଭୂତ୍'
ଭୂତ ସାଜି କ୍ୟାଟ୍ରିନା ଜିଣିଲେ ଦର୍ଶକଙ୍କ ମନ, ରିଲିଜର ତୃତୀୟ ଦିନରେ ଏତିକି କୋଟି ଆୟ କଲା 'ଫୋନ୍ ଭୂତ୍'
ମୁମ୍ବାଇ: ବିବାହ ପରେ କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ । ଭୂତ ସାଜି ଜିଣିଲେ ଦର୍ଶକଙ୍କ ମନ । 'ମିଲି' ଓ 'ଡବଲ୍ XL'କୁ ପଛରେ ପକାଇ ଆଗରେ ରହିଛି 'ଫୋନ୍ ଭୂତ୍' । ଶନିବାର-ରବିବାର କଲା ଭଲ ଲାଭ । କ୍ୟାଟ୍ରିନାଙ୍କ ଲୁକର ଚର୍ଚ୍ଚା ।

କ୍ୟାଟ୍ରିନା କୈଫ୍ ଅଭିନୀତ 'ଫୋନ୍ ଭୂତ'କୁ ଓପିନିଂ ଦିନରୁ ହିଁ ସିନେପ୍ରେମୀଙ୍କଠୁ ଭଲ ପ୍ରତିକ୍ରିୟା ମିଳୁଛି । ୱିକେଣ୍ତରେ ଏହି ଫିଲ୍ମ ଭଲ ଆୟ କରିଛି । ଶନିବାର ଏବଂ ରବିବାର ଦିନ ବକ୍ସ ଅଫିସରେ 'ଫୋନ୍ ଭୂତ'ର ଆୟ ଭଲ ରହିଥିଲା । ସେହିପରି ମିଲି ଓ ଏବଂ 'ଡବଲ୍ ଏକ୍ସଏଲ୍' ପରି ଫିଲ୍ମ ୱିକେଣ୍ତର କିଛି ଖାସ୍ ଲାଭ୍ ପାଇପାରି ନାହିଁ ।
ତୃତୀୟ ଦିନରେ 'ଫୋନ୍ ଭୂତ୍'ର ଆୟ
କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ 'ଫୋନ୍ ଭୂତ୍' ପ୍ରଥମ ଦିନରେ ବକ୍ସ ଅଫିସରେ ୨.୦୫ କୋଟି ଟଙ୍କା ସଂଗ୍ରହ କରିଥିଲା । ଶନିବାର ଦ୍ୱିତୀୟ ଦିନରେ ଏହି ଫିଲ୍ମ ୨.୭୫ କୋଟି ରୋଜଗାର କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଥମ ରବିବାର ଦିନ ଏହି ଫିଲ୍ମ ପ୍ରାୟ ୩.୫୦ କୋଟି ଟଙ୍କା ଆୟ କରିଛି ।
'ଫୋନ୍ ଭୂତ୍' ଆୟ
ପ୍ରଥମ ଦିନ - ୨.୦୫ କୋଟି ଟଙ୍କା
ଦ୍ୱିତୀୟ ଦିନ - ୨.୭୫ କୋଟି ଟଙ୍କା
ତୃତୀୟ ଦିନ- ୩.୫୦ କୋଟି ଟଙ୍କା
ମୋଟ୍ ଆୟ - ୭.୮୦ କୋଟି ଟଙ୍କା
ଫିଲ୍ମ 'ଫୋନ୍ ଭୂତ୍' ଏକ ହରର- କମେଡି ଫିଲ୍ମ । ଯେଉଁଥିରେ ଅଭିନେତ୍ରୀ କ୍ୟାଟ୍ରିନା ଭୂତ ଚରିତ୍ରରେ ଅଭିନୟ କରୁଛନ୍ତି । ସେହିପରି ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଭୂତ ଧରିବା ପାଇଁ ଏକ ମିଶନରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଗୁରୁମିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ । ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ନିର୍ମାତାମାନେ ଏହି ଫିଲ୍ମକୁ ସାରା ଦେଶରେ ପ୍ରାୟ ୨୫୦୦ ସ୍କ୍ରିନରେ ରିଲିଜ୍ କରିଛନ୍ତି ଏବଂ ବିଦେଶରେ ୫୦୦ ପରଦାରେ ରିଲିଜ୍ ହୋଇଛି । ତେବେ 'ଫୋନ୍ ଭୂତ' ସହ ଫିଲ୍ମ 'ମିଲି' ଏବଂ ''ଡବଲ୍ XL'' ମଧ୍ୟ ନଭେମ୍ବର ୪ରେ ମୁକ୍ତିଲାଭ କରିଛି । ଏହି ଦୁଇଟି ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ମନ ଜିଣୁଛି ।












Click it and Unblock the Notifications