ମହାକୁମ୍ଭରେ ବୁଡ ପକାଇଲେ କ୍ୟାଟ୍ରିନା କୈଫ୍, ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କଠୁ ନେଲେ ଆର୍ଶିବାଦ
Katrina Kaif In MahaKumbh: ମହାଶିବରାତ୍ରୀ ଦିନ ଶେଷ ହେବ ମହାକୁମ୍ଭ । ଯେଉଁଥି ପାଇଁ ବର୍ତ୍ତମାନ ଭକ୍ତଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଛି ଏହା ସହ ବୁ଼ଡ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତମାନଙ୍କ ଭିଡ ବଢିବାରେ ଲାଗିଛି । ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଦେଶର ପ୍ରତ୍ୟେକ କୋଣରୁ କେବଳ ଲୋକ ନୁହଁନ୍ତି, ବରଂ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଆସୁଛନ୍ତି। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କ ଶାଶୁଙ୍କ ସହ ମହାକୁମ୍ଭରେ ପହଞ୍ଚିଛନ୍ତି ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୋମବାର ଦିନ, କ୍ୟାଟ୍ରିନା ମହାକୁମ୍ଭରେ ଶାଢ଼ି ପିନ୍ଧିଥି ପହଞ୍ଚି ଥିଲେ । ଅତି ସିମ୍ପଲ ଅନ୍ଦାଜରେ ନଜର ଆସିଥିଲେ କ୍ୟାଟ୍ରିନା । ସେ ଧାର୍ମିକ ଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଏବଂ ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ଅଭିନେତ୍ରୀଙ୍କ ସହିତ ତାଙ୍କ ଶାଶୁ ବୀଣା କୌଶଲ ମଧ୍ୟ ନୀଳ ସୁଟରେ ଦେଖିବାକୁ ମିଳିଥିଲେ ।

ମହାକୁମ୍ଭ ମେଳା ଜାନୁଆରୀ ୧୩, ୨୦୨୫ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ରେ ଶେଷ ହେବ। ମହାକୁମ୍ଭ ଶିବରାତ୍ରି ଦିନ ଶେଷ ହେବ। ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମସ୍ଥଳ - ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପାଇଁ ବହୁ ସଂଖ୍ୟକ ଭକ୍ତ ଆସୁଛନ୍ତି। ମହାକୁମ୍ଭରେ ଅନେକ ବଲିଉଡ୍ ଷ୍ଟାର ମଧ୍ୟ ବୁଡ ପକାଇବା ପାଇଁ ପହଞ୍ଚୁଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications