ମା' ହେବେ କ୍ୟାଟ୍ରିନା ! କ୍ଲିନିକ୍ ବାହାରେ ଆସିଲେ ନଜର
Katrina Kaif is pregnant: Katrina Kaif and Vicky Kaushal Were Spotted Outside A Clinic And Once Again Actress Pregnancy Rumours Spread Like A Wildfireମା' ହେବେ କ୍ୟାଟ୍ରିନା ! କ୍ଲିନିକ୍ ବାହାରେ ଆସିଲେ ନଜର
ମୁମ୍ବାଇ: ଗୁଡ୍ ନ୍ୟୁଜ୍ ଦେବେ କି ଅଭିନେତ୍ରୀ କ୍ୟାଟ୍ରିନା । ଏବେ ଫ୍ୟାନ୍ସ କ୍ୟାଟ୍ରିନାଙ୍କ ପ୍ରେଗ୍ନେନ୍ସିକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଆଜି ସୋସିଆଲ ମିଡିଆରେ କ୍ୟାଟ୍ରିନା କୈଫଙ୍କ ପ୍ରେଗ୍ନେନ୍ସିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସାଧାରଣତଃ ଅଭିନେତ୍ରୀ କ୍ୟାଟ୍ରିନା ଓ ବିକ୍କି କୌଶଲଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ନିକଟରେ କ୍ୟାଟ୍ରିନା ଏବଂ ବିକ୍କିଙ୍କୁ ଏକାଠି ମୁମ୍ବାଇର ଏକ କ୍ଲିନିକ ବାହାରେ ଦେଖିବା ପାଇଁ ମିଳିଥିଲା । ଉଭୟ ଏକାଠି କ୍ଲିନିକ୍ ପହଁଚିଥିଲେ । ଫଟୋରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ଲମ୍ବା କୁର୍ତ୍ତା ପିନ୍ଧିଥିବାବେଳେ ମୁହଁରେ ମାସ୍କ ଏବଂ ଚଷମା ଥିଲା ଓ ସାଥିରେ ଥିଲେ ସ୍ୱାମୀ ବିକ୍କି କୌଶଲ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ସେହିପରି ଫ୍ୟାନ୍ସ ଦାବି କରୁଛନ୍ତି ଯେ ଅଭିନେତ୍ରୀ ମା'ହେବା ପାଇଁ ଯାଉଛନ୍ତି ବୋଲି ।

ଅନ୍ୟପଟେ କ୍ୟାଟ୍ରିନା କୈଫ ଦୀର୍ଘ ଦିନ ହେବା ସୋସିଆଲ ମିଡିଆରୁ ଗାଏବ ଅଛନ୍ତି । କିଛି ଦିନ ପୂର୍ବରୁ ଏୟାରପୋର୍ଟରେ ମଧ୍ୟ ନଜର ଆସିଥିଲେ କ୍ୟାଟ୍ରିନା । ଯେଉଁଠି ସେ ବେଶ୍ ଢ଼ିଲା ପୋଷାକ ପିନ୍ଧିଥିବା ଦେଖିବା ପାଇଁ ମିଳିଥିଲା । କ୍ୟାଟ୍ରିନାଙ୍କୁ ଢ଼ିଲା ଟି-ସାର୍ଟରେ ଦେଖି ଅନେକ ଫ୍ୟାନ୍ସ ଏହ ମଧ୍ୟ କହିଥିଲେ ଯେ ନିଜ ବେବି ବମ୍ପକୁ ଲୁଚାଇବା ପାଇଁ ସେ ଏଭଳି ଡ୍ରେସ୍ ପିନ୍ଧୁଛନ୍ତି ବୋଲି । ଏହି ଖବରରେ ବ୍ରେକ୍ ଲାଗୁ ନାହିଁ । ସୋସିାଲ ମିଡିଆରେ କ୍ୟାଟ୍ରିନାଙ୍କ ପ୍ରେଗ୍ନେନ୍ସିକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢିବାରେ ଲାଗିଛି ।

ନିକଟରେ ସ୍ୱାମୀ ବିକ୍କି କୌଶଲଙ୍କ ସହ ମାଳଦ୍ୱୀପରେ ଜନ୍ମଦିନ ପାଳନ କରି ସେ ଫେରିଥିଲେ । ତାଙ୍କ ଜନ୍ମଦିନ ସେଲିବ୍ରେସନର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ ମଧ୍ୟ କରିଥିଲେ । କ୍ୟାଟ୍ରିନାଙ୍କ ସିମ୍ପଲ ଲୁକ ଅନେକ ପ୍ରଶଂସକଙ୍କ ମନ ଜିଣିଥିଲା । ଆଲିଆ ଏବଂ ରଣବୀର ନିଜ ପ୍ରଥମ ସନ୍ତାନ ବିଷୟ ସୂଚନା ଦେବା ପରେ ହିଁ କ୍ୟାଟ୍ରିନାଙ୍କ ପ୍ରେଗ୍ନେନ୍ସିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।












Click it and Unblock the Notifications