ରିଲିଜ୍ ପୂର୍ବରୁ ଟ୍ରୋଲ ହେଲେ କ୍ୟାଟ୍ରିନାଙ୍କ ଫିଲ୍ମ 'ଫୋନ୍ ଭୂତ'

କ୍ୟାଟ୍ରିନାଙ୍କ ଫିଲ୍ମ 'ଫୋନ୍ ଭୂତ' Disaster on the way! କହିଲେ ସମାଲୋଚକ

ମୁମ୍ବାଇ: କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟାରର ହରର କମେଡି ଫିଲ୍ମ 'ଫୋନ୍ ଭୂତ୍' ଟ୍ରେଲର ଏବଂ ପୋଷ୍ଟର ରିଲିଜ୍ ହେବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛି । ଏହା କ୍ୟାଟ୍ରିନାଙ୍କର ପ୍ରଥମ ହରର-କେମେଡି ଫିଲ୍ମ । ଏପରିକି ଇଶାନ ଏବଂ ସିଦ୍ଧାନ୍ତ ମଧ୍ୟ ପ୍ରଥମ ଥର ଏପରି କାହାଣୀରେ କାମ କରୁଛନ୍ତି । ଏହାପୂର୍ବରୁ ସମସ୍ତ କଳାକାରଙ୍କୁ ଗମ୍ଭୀର ଭୂମିକାରେ ଦେଖିବା ପାଇଁ ମିଳିଛି ।

Phono Bhoot

ଚଳଚ୍ଚିତ୍ର ସମାଲୋଚକ ଉମେର ସାନ୍ଧୁଙ୍କ ମତ
ଦୁବାଇର ଚଳଚ୍ଚିତ୍ର ସମାଲୋଚକ ଉମେର ସାନ୍ଧୁ ନିକଟରେ 'ଫୋନ୍ ଭୂତ୍'ର ସମୀକ୍ଷା ଟ୍ୱିଟରରେ ସେୟାର କରିଛନ୍ତି । ସେ ଏହାକୁ କ୍ୟାଟ୍ରିନାଙ୍କର ସବୁଠୁ ଖରାପ ପସନ୍ଦ ବୋଲି କହିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି , ''ଫୋନ୍ ଭୂତ୍' କ୍ୟାଟ୍ରିନାଙ୍କ ସବୁଠ ଖରାପ ପସନ୍ଦ । ସେ ଭଲ ସ୍କ୍ରିପ୍ଟ ବାଛିବା ଉଚିତ୍ ଥିଲା । Disaster on the way !

କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା
ଏହି ଚଳଚ୍ଚିତ୍ର ୟୁଏଇ ଭିତ୍ତିକ ସମାଲୋଚକଙ୍କୁ ମଧ୍ୟ ପ୍ରଭାବିତ କରିପାରିବ ନାହିଁ ହେଲେ ଲାଗୁଛି କ୍ୟାଟ୍ରିନାଙ୍କ ଫିଲ୍ମରେ ଏପରି ସମୀକ୍ଷା ତାଙ୍କ ଫ୍ୟାନ୍ସଙ୍କୁ କିଛି ଖାସ୍ ପସନ୍ଦ ଆସି ନାହିଁ । ଫିଲ୍ମକୁ ନେଇ ଜଣେ ୟୁଜର ନିଜ ମତ ପ୍ରକାଶ କରି ଲେଖିଛନ୍ତି' ଦୟାକରି କ୍ୟାଟ୍ରିନା ବିଷୟରେ ନିଜର ଖରାପ ମତ ଦେବା ବନ୍ଦ କରନ୍ତୁ ।
ଅନ୍ୟ ଜଣେ ଲେଖିଛନ୍ତି, 'ତାଙ୍କୁ ପରାମର୍ଶ ଦିଅନ୍ତୁ ନାହିଁ, ସେ ତୁମ ଅପେକ୍ଷା ଅଧିକ ପ୍ରତିଭାଶାଳୀ ସେଥି ପାଇଁ ସେ ଆଜି ଏତେ ଭଲ ସ୍ଥାନରେ ଅଛନ୍ତି' ।

ନଭେମ୍ବର ୪ ରେ ରିଲିଜ୍ ହେବ 'ଫୋନ୍ ଭୂତ୍'
'ଫୋନ୍ ଭୂତ୍' ଗୁରୁମିତ ସିଂଙ୍କ ନିର୍ଦ୍ଦେଶିତ ଏବଂ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ୍ ଲେଖିଛନ୍ତି । ଏହା ରିତେଶ ସିଦ୍ଧୱାନୀ ଏବଂ ଫରହାନ୍ ଅଖତରଙ୍କ ନେତୃତ୍ୱରେ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମଟି ନଭେମ୍ବର ୪ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଯେଉଁଥିରେ କ୍ୟାଟ୍ରିନା, ସିଦ୍ଧାନ୍ତ
ଇଶାନ ଖଟ୍ଟରଙ୍କ ବ୍ୟତୀତ ଜ୍ୟାକି ଶର୍ଫ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+