ଭାଇରାଲ ହେଲା କ୍ୟାଟ୍ରିନା କୈଫଙ୍କର 'Deefake Video' , ଫ୍ୟାନ୍ସ କହିଲେ ଭୟଙ୍କର...
Katrina Kaif Deefake Video: ବଲିଉଡ ଇଣ୍ଡଷ୍ଟ୍ରିରରେ ପ୍ରତ୍ୟେକ ଦିନ ଅନେକ କଳାକାର 'Deefake Video' ଭିଡିଓର ଶିକାର ହେଉଛନ୍ତି । ନିକଟରେ କ୍ୟାଟ୍ରିନା କୈଫଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଅଭିନେତ୍ରୀ ଫ୍ରେଞ୍ଚ୍ ଭାଷାରେ କଥା ହେଉଥିବାର ଦେଖିବାକୁ ମିଳୁଛି । ଏପରି ଭିଡିଓ ଅଭିନେତ୍ରୀଙ୍କର ଜଣେ ପ୍ରଶଂସକ ସେୟାର କରିଛନ୍ତି ।
ଏହି ଭିଡିଓ 2017 ମସିହାର ଯେତେବେଳେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନ ମୁମ୍ବାଇର ରଣଥୋମ୍ବାରର ବିନା କାକଙ୍କ ପୁସ୍ତକ ସାଇଲେଣ୍ଟ ସେଣ୍ଟିନେଲର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ବିଶେଷ ଉତ୍ସବରେ ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ମଧ୍ୟ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଏହି ପୁରୁଣା ଭିଡିଓ ତାଙ୍କ ଫ୍ୟାନ୍ ପେଜରେ ସେୟାର କରାଯାଇଛି। ଯେଉଁଥିରେ କ୍ୟାଟ୍ରିନା ଫ୍ରେଞ୍ଚ୍ ଭାଷାରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ।

ଏହି ଭାଇରାଲ ଭିଡିଓ ପ୍ରଶଂସକଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି । ଅଭିନେତ୍ରୀ କିପରି ଫ୍ରେଞ୍ଚ୍ ଭାଷାରେ କଥା ହେଉଛନ୍ତି ବୋଲି ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କ୍ୟାଟ୍ରିନା କୈଫଙ୍କର ଏକ ପୁରୁଣା ଭଡିଓକୁ ଏଡିଟ୍ କରାଯାଇଛି । ଅଭିନେତ୍ରୀଙ୍କ ଏହି ଭିଡିଓ ଉପରେ ଲଗାତାର ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ତେବେ ଏପରି କାର୍ଯ୍ୟକୁ ଖୁବ ନିନ୍ଦା ମଧ୍ୟ କରାଯାଉଥିବାର ଦେଖିବାକୁ ମିଳୁଛି ।
କ୍ୟାଟ୍ରିନା କୈଫଙ୍କୁ ନିକଟରେ ଫିଲ୍ମ ମେରୀ ଖ୍ରୀଷ୍ଟମାସରେ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କ ସହ ଅଭିନେତା ବିଜୟ ସେତୁପଥି ମଧ୍ୟ ନଜର ଆସିଥିଲେ । ଫିଲ୍ମକୁ ଦର୍ଶକଙ୍କର ମିଳିତ ପ୍ରତିକ୍ରିୟା ମିଳିଥିଲା । ଏହି ଚଳଚ୍ଚିତ୍ର 2024 ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ କୌଣସି ନୂଆ ଫିଲ୍ମ ନେଇ ଘୋଷଣା କରାଯାଇ ନାହିଁ ।












Click it and Unblock the Notifications