କ୍ୟାଟ୍ରିନାଙ୍କ ଜନ୍ମଦିନରେ ଭିକି କଲେ ପ୍ରେମର ବର୍ଷା, ଭାଇ ସନ୍ନି କୌଶଲ ଲେଖିଲେ ଏପରି କଥା

Kareina Kaif Birthday Celebration:କ୍ୟାଟ୍ରିନାଙ୍କ ଜନ୍ମଦିନରେ ଭିକି କଲେ ପ୍ରେମର ବର୍ଷା । ସୋସିଆଲ ମିଡିଆରେ ସେୟାର କଲେ ରୋମାଣ୍ଟିକ ଫଟୋ । ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା । ଟ୍ରେଣ୍ତରେ ଭିକି-କ୍ୟାଟ୍ ।

katrina kaif

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଗତକାଲି ଅର୍ଥାତ୍ ଜୁଲାଇ ୧୬ ତାରିଖରେ ନିଜର 40 ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହି ଖାସ ଦିନ ଅବସରରେ ସ୍ୱାମୀ ବିକି କୌଶଲ ସୋସିଆଲ ମିଡିଆରେ ପତ୍ନୀ କ୍ୟାଟ୍ରିନାଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ଉଭୟଙ୍କ ଫଟୋ ଏବେ ବେଶ ଚର୍ଚ୍ଚାରେ ରହିବା ସହ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିକି କୌଶଲ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ, ପତ୍ନୀ କ୍ୟାଟ୍ରିନା କୈଫଙ୍କ ସହ ସମୁଦ୍ର କୂଳରେ ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି । ଉଭୟଙ୍କ ପ୍ରେମର ପ୍ରଶଂସା ଏବେ ସବୁଠି ।

କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ପୂର୍ବରୁ ଉଭୟ ମୁମ୍ବାଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। ଯାହାପରେ ଫ୍ୟାନ୍ସ କଳ୍ପନା କରିବା ଆରମ୍ଭ କରିଥିଲେ ଯେ, ଉଭୟ ଜନ୍ମଦିନ ପାଳନ କରିବାକୁ କୌଣସି ଖାସ ସ୍ଥାନକୁ ଯାଉଛନ୍ତି । ଶେଷରେ ପ୍ରଶଂସକଙ୍କ କଳ୍ପନା ସତ ହୋଇଛି ଏହି ହଟ୍ ଷ୍ଚାର କପଲଙ୍କୁ ଏକାଠି ଭ୍ୟାକେସନ ଏଞ୍ଜୟ କରୁଥିବାର ଦେଖିବା ପାଇଁ ମିଳିଛି । ଲୋକମାନେ କ୍ୟାଟ୍ରିନା କୈଫଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ସେହିପରି ଭିକି କୌଶଲଙ୍କ ଭାଇ ସନ୍ନି କୌଶଲ ମଧ୍ୟ ନିଜ ଭାଉଜଙ୍କୁ ଏକ ସୁନ୍ଦର କ୍ୟାପସନ୍ ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଡିସେମ୍ବର 2021ରେ ରାଜସ୍ଥାନରେ ହୋଇଥିଲା । ଉଭୟ ନିଜ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ। ତାଙ୍କ ବିବାହ ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+