ଅକ୍ଷୟଙ୍କ ପୂର୍ବରୁ କାର୍ତ୍ତିକଙ୍କୁ ମିଳିଥିଲା ଏହି ଅଫର୍, ୧୫ କୋଟିକୁ କାର୍ତ୍ତିକଙ୍କ ନାଁ

ଅକ୍ଷୟଙ୍କ ପୂର୍ବରୁ କାର୍ତ୍ତିକଙ୍କୁ ମିଳିଥିଲା ଏହି ଅଫର୍, ୧୫ କୋଟିକୁ କାର୍ତ୍ତିକଙ୍କ ନାଁ

ମୁମ୍ବାଇ: ବାସ୍ତବରେ ଯେଉଁ ଗୁଟକା କମ୍ପାନୀକୁ ପ୍ରୋତ୍ସାହିତ କରି ଅକ୍ଷୟ କୁମାର ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ, ସେହି ବିଜ୍ଞାପନର ଅଫର ତାଙ୍କ ପୂର୍ବରୁ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମିଳିଥିଲା । ଖବର ଅନୁଯାୟୀ କାର୍ତ୍ତିକଙ୍କୁ ଏହି ବିଜ୍ଞାପନରେ ଅକ୍ଷୟଙ୍କ ସ୍ଥାନରେ ଦେଖିବାକୁ ମିଳିଥାନ୍ତା । ଏହାର ପ୍ରତିବଦଳରେ ତାଙ୍କୁ ୧୫ କୋଟି ଟଙ୍କା ମଧ୍ୟ ମିଳିଥାନ୍ତା ହେଲେ ବିଳମ୍ବ ନକରି ସେ ଏହି ଅଫରକୁ ପ୍ରତ୍ୟାକ୍ଷାନ କରିଥିଲେ । ଆଜ୍ଞା ହଁ, କାର୍ତ୍ତିକଙ୍କ ସହ ଜଡିତ ଏହି ଖବର ବାହାରିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ ବହୁତ ପ୍ରଭାବିତ ହୋଇଥିଲେ । ଇଣ୍ଟରନେଟରେ ଫ୍ୟାନ୍ସ କାର୍ତ୍ତିକଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ।

Akshay kumar

ପୂର୍ବରୁ ମଧ୍ୟ ଏପରି ଅଫରକୁ ପ୍ରତ୍ୟାକ୍ଷାନ କରିସାରିଛନ୍ତି କାର୍ତ୍ତିକ
ସୂଚନାଥାଉ ଯେ , ପୂର୍ବରୁ ମଧ୍ୟ କାର୍ତ୍ତିକ ପାନ୍ ମସାଲା ବ୍ରାଣ୍ଡକୁ ସମର୍ଥନ କରିବାକୁ ଏକ ଅଫର୍ ମିଳିଥିଲା । ଯେଉଁଥିପାଇଁ ତାଙ୍କୁ ୮ ରୁ ୯ କୋଟି ଟଙ୍କାର ଅଫର ରହିଥିଲା । ହେଲେ ଏହି ଅଫରକୁ ମଧ୍ୟ ସେ ନା କହିଥିଲେ । କାର୍ତ୍ତିକ ନିଜର ଭାବମୂର୍ତ୍ତିକୁ ଖରାପ କରିବାକୁ ଚାହାଁନ୍ତି ନାହିଁ କିମ୍ବା ପ୍ରଶଂସକଙ୍କୁ ଭୁଲ ବାର୍ତ୍ତା ଦେବା ପାଇଁ ମଧ୍ୟ ଚାହଁନ୍ତି ନାହିଁ ଖାସ ସେଥି ପାଇଁ ସେ ଏତ ବଡ ବିଜ୍ଞାପନ ଅଫରକୁ ପ୍ରତ୍ୟାକ୍ଷାନ କରିଥିଲେ ।

କିଛି ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କୁ ପାନ ମସଲା ବିଜ୍ଞାପନ କରିଥିଲେ ଯେଉଁଥି ପାଇଁ ତାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା । ଶେଷରେ ଅଭିନେତାକୁ କ୍ଷମା ମାଗିବା ସହ ଏହି ଆଡରୁ ମିଳିଥିବା ଟଙ୍କା ଏକ ଭଲ କାମ ପାଇଁ ଯିବ ବୋଲି କହିଥିଲେ ଅକ୍ଷୟ କୁମାର । ତେବେ ଏହାରି ମଧ୍ୟରେ ଖବର ରହିଛି ଯେ ଏହି ବିଜ୍ଞାପନ ଜୁବା କେସରୀର ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ । ହେଲେ ସେ ଏହି ୧୫ କୋଟି ଟଙ୍କାର ଅଫରକୁ ମନା କରି ଦେଇଥିଲେ । ଯାହା ପରେ ଅକ୍ଷୟ କୁମାରଙ୍କୁ ଏହି ଅଫର ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+