'ଭୁଲ ଭୁଲାଇୟା ୨'ର ସଫଳତା ପରେ କେଉଁଠି ଅଛନ୍ତି କାର୍ତ୍ତିକ
Kartik enjoying success party in Europe'ଭୁଲ ଭୁଲାଇୟା ୨'ର ସଫଳତା ପରେ କେଉଁଠି ଅଛନ୍ତି କାର୍ତ୍ତିକ
ମୁମ୍ବାଇ:ବକ୍ସ ଅଫିସର ନୂଆ ରାଜା କାର୍ତ୍ତିକ ଆର୍ଯ୍ୟନ୍ । ଚଳଚ୍ଚିତ୍ର 'ଭୁଲ ଭୁଲାଇୟା ୨'ରେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇଥିଲେ।'ଭୁଲ ଭୁଲାଇୟା ୨' ସଫତାକୁ ସେଲିବ୍ରେଟ କରିବା ପାଇଁ ସେ ତାଙ୍କର ଟିମ ସହିତ ୟୁରୋପ ଗସ୍ତରେ ଯାଇଛନ୍ତି ଏବଂ ସେଠାରୁ ନିଜ ପ୍ରଶଂସକଙ୍କ ପାଇଁ ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ସବୁ ଅପଡେଟ୍ ଦେଉଛନ୍ତି ।

ଇନଷ୍ଟାଗ୍ରାମରେ ସେ ଅନେକ ଫଟୋ ସେୟାର କରିଛନ୍ତି ।ଫଟେ ହିଁ ବଖାଣୁଛି ଯେ ୟୁରୋପରେ କାର୍ତ୍ତିକ କେତେ ଏଞ୍ଜୟ କରୁଛନ୍ତି । ଫଟୋ ସେୟାର କରି କାର୍ତ୍ତିକି ଲେଖିଛନ୍ତି "ଜାନେ ଭୀ ଦୋ ୟୁରୋ"
ବଲିଉଡର ଅନ୍ୟ କଳାକାର ମାନେ ନିଜ ପରିବାର ସହ ଭ୍ୟାକେସନ ପାଇଁ ବିଦେଶ ଯାଉଥିବାବେଳେ କାର୍ତ୍ତିକ ନିଜ 'ଭୁଲ ଭୁଲାଇୟା ୨' ଟିମ ସହିତ ୟୁରୋପ ଯାତ୍ରା କରିବାକୁ ନିଷ୍ପତ୍ତି ନେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । କୁହାଯାଉଛି ଯେ ଏହି ଟିମ୍ ବର୍ଷ ବର୍ଷ ଧରି ତାଙ୍କ ସହ ଅଛନ୍ତି ।ତେବେ କାର୍ତ୍ତିକଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରସଂଶା ମଧ୍ୟ ସାଉଁଟୁଛି ।ଅନ୍ୟପଟେ'ଭୁଲ୍ ଭୁଲାଇୟା ୨'ର ସିନେମା ହଲରେ ୫୦ ଦିନ ପୂରଣ କରିଥିବାରୁ କାର୍ତ୍ତିକ ଆର୍ଯ୍ୟନ୍ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ସହ ଖୁସି ସେୟାର କରିଥିଲେ ।












Click it and Unblock the Notifications