ଏହି ଦିନ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ'ଭୁଲ ଭୁଲୈୟା 3'
Bhool Bhulaiyaa 3 Ott Release: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲୈୟା 3 ଦୀପାବଳି ଅବସରରେ ମୁକ୍ତିଲାଭ କରିଥିଲା । ଏହି କମେଡି ହରର ଫିଲ୍ମ ବକ୍ସଅଫିରେ ସୁପରହିଟ୍ ହୋଇଥିଲା ଏପରକି ଦର୍ଶକଙ୍କୁ ବେଶ୍ ଇମପ୍ରେସ କରିଥିଲା ଭୁଲ ଭୁଲୈୟା ଫ୍ରାଞ୍ଚାଇଜର ଏହି ତୃତୀୟ ଚଳଚ୍ଚିତ୍ର । ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ ଏଗେନ୍ ସହ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସିନେମା ଇଣ୍ତଷ୍ଟ୍ର ଚହଳ ସୃଷ୍ଟି କରିଥିଲା ।
କାର୍ତ୍ତିକ ଆର୍ଯ୍ୟଙ୍କ ଏହି ଫିଲ୍ମ 250 କୋଟି ଟଙ୍କା କ୍ଲବରେ ପ୍ରବେଶ କରିଛି । ଏକ ମାସ ଧରି ପ୍ରେକ୍ଷାଳୟରେ ରାଜ୍ କରିବା ପରେ ରୋକ୍ କରିବା ପରେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଅଛି ପ୍ରସ୍ତୁତ ଅଛି ।

'ଭୁଲ ଭୁଲୈୟା 3' ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତ୍ରିପତି ଡିମ୍ରି, ବିଦ୍ୟା ବାଲାନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିବାବେଳେ ସେହିପରି ସେହିପରି ମାଧୁରୀ ଦୀକ୍ଷିତଙ୍କର ଏହି ସିନେମାରେ କ୍ୟାମୋ ରହିଛି। ଏହି ଚଳଚ୍ଚିତ୍ର ସମସ୍ତ କଳାକାରଙ୍କ ଅଭିନୟ ସମସ୍ତେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି । ରୁହୁ ବାବା ସାଜି କାର୍ତ୍ତିକ ଆର୍ଯ୍ୟନ ଲୋକଙ୍କୁ ଇମପ୍ରେସ କରିଥିଲେ । ହେଲେ ଯଦି ଆପଣ ଏହି ସିନେମା ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି ତେବେ ଖୁବ୍ ଶୀଘ୍ର ଏହା ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବା ପାଇଁ ଯାଇଛି ।
'ଭୁଲ ଭୁଲୈୟା 3'ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ସିନେମା 27 ଡିସେମ୍ବରରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରେକ୍ଷାଳୟ ପରେ, ଲୋକମାନେ OTT ପ୍ଲାଟଫର୍ମରେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଖୁବ୍ ଶୀଘ୍ର ମେକର୍ସ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ।












Click it and Unblock the Notifications