ଭୟଙ୍କର ରୋଗରୁ ସୁସ୍ଥ ହେଲେ କାର୍ତ୍ତିକ ଆର୍ଯ୍ୟନଙ୍କ ମା',ଅଭିନେତା ସେୟାର କଲେ ଏପରି ପୋଷ୍ଟ
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଜୀବନ ସହ ଜଡିତ ଏପରି ଏକ ନ୍ୟୁଜ୍ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଭିନେତା ନିଜ ମା'ଙ୍କ ରୋଗ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ସେ ଫ୍ୟାନ୍ସଙ୍କୁ ତାଙ୍କ ମା'ଙ୍କର କର୍କଟ ରୋଗ ବିଷୟରେ ସୂଚନା ଦେବା ସହ ତାଙ୍କ ସଂଘର୍ଷ ବିଷୟରେ ଜଣାଇଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କାର୍ତ୍ତିକ ଆର୍ଯ୍ୟନଙ୍କ ମା' ମାଲା ତିୱାରୀ ସ୍ତନ କର୍କଟ ରୋଗରେ ପୀଡିତ ଥିଲେ ।

ନିକଟରେ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ମାଆଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ତାଙ୍କ ମା'ଙ୍କ କର୍କଟ ରୋଗ ବିଷୟରେ ଶୁଣିବା ପରେ ତାଙ୍କ ପରିବାର କିପରି ଭୟଭିତ ହୋଇପଡିଥିଲା ଏବଂ ଅସହାୟ ଅନୁଭବ କରିଥିଲା ସେ ବିଷୟରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ସେ ତାଙ୍କ ପ୍ରଶଂସକ, ଘନିଷ୍ଠ ବନ୍ଧୁ ଏବଂ ଇଣ୍ଡଷ୍ଟ୍ରି ସେଲିବ୍ରିଟିଙ୍କଠାରୁ ପାଇଥିବା ପ୍ରେମ ଏବଂ ସମର୍ଥନ ବିଷୟରେ ମଧ୍ୟ ଲେଖଛନ୍ତି ।
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି - କିଛି ଦିନ ତଳେ କ୍ୟାନ୍ସର ଆମ ପରିବାରକୁ ଭାଙ୍ଗିବାକୁ ଚେଷ୍ଚା କରିଥିଲା । ଆମେ ନିରାଶା ଏବଂ ନିରାଶାଠାରୁ ଅଧିକ ଅସହାୟ ହୋଇପଡିଥିଲୁ । କିନ୍ତୁ ମୋ ମା'ଙ୍କ ଇଚ୍ଛା ଶକ୍ତି ଏବଂ କଦାପି ହାର୍ ନ ମାନିବା, ମନୋଭାବ ପାଇଁ ସେ ଏହି ଭୟଙ୍କର ଯୁଦ୍ଧକୁ ଜିତି ପାରିଛନ୍ତି । କାର୍ତ୍ତିକ ଆର୍ଯ୍ୟନଙ୍କ ପୋଷ୍ଟ ଭାଇରାଲ ହେବାର କିଛି ସମୟ ପରେ ଫ୍ୟାନ୍ସ ତାଙ୍କ ମା'ଙ୍କୁ ଭଲ ପାଇବା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଅଭିନେତାଙ୍କ ମା'ଙ୍କୁ ସପୋର୍ଟ କରିଥିଲେ ।












Click it and Unblock the Notifications