Get Updates
Get notified of breaking news, exclusive insights, and must-see stories!

'ଭୁଲ ଭୁଲୈୟା-୩'ର ପ୍ରଥମ ପୋଷ୍ଟର ରିଲିଜ୍, କାର୍ତ୍ତିକଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ

Kartik Aaryan shared a picture from the set of Bhool Bhulaiyaa 3: ବଲିଉଡ ଚକୋଲେଟ୍ ବଏ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ବୃତ୍ତିଗତ ଜୀବନ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । କାରଣ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Bhool Bhulaiyaa 3'ର ସୁଟିଂ ଆରମ୍ଭ ହୋଇଯାଇଛି । ପ୍ରତିଦିନ କାର୍ତ୍ତିକ ସେଟରୁ ଫଟୋ ସେୟାର କରି ଦର୍ଶକ ଉତ୍ସାହ ବଢାଇବାରେ ଲାଗିଛନ୍ତି । ନିକଟରେ କାର୍ତ୍ତିକ ଆର୍ଯ୍ୟନ 'Bhool Bhulaiyaa 3'ସେଟରୁ ଏକ ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅଭିନେତ୍ରୀ ଆନିମଲ ଫିଲ୍ମର ଅଭିନେତ୍ରୀ Tripti Dimriଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି ।

Kartik Aaryan


ଭାଇରାଲ ହେଉଥିବା ଏହି ଫଟୋରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ରୁହୁ ବାବା ଲୁକରେ ଦେଖିବା ପାଇଁ ମିଳୁଛି ଏବଂ ତାଙ୍କ ସହ ଆନିମଲ୍ ଫିଲ୍ମର ଅଭିନେତ୍ରୀ ତ୍ରିପତି ଡିମରି ନଜର ଆସୁଛନ୍ତି । ହେଲେ ଏହି ଫଟୋରେ ଅଭିନେତ୍ରୀଙ୍କ ପୁରା ମୁହଁ ଦେଖିବା ପାଇଁ ମିଳୁ ନାହିଁ । ତେବେ ଏହି ଫଟୋ ସେୟାର କରି କାର୍ତ୍ତିକ ଲେଖିଛନ୍ତି, ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗ୍ ଆମେ 'Bhool Bhulaiyaa 3'ର ପ୍ରଥମ ପର୍ଯ୍ୟାୟର ସୁଟିଂ ଶେଷ କରିଛୁ । ଏହି ଫଟୋର ବିଜିରେ ଫିଲ୍ମର ଟାଇଟଲ୍ ସଂଗର ଧୂନ୍ ମଧ୍ୟ ଶୁଣିବା ପାଇଁ ମିଳୁଛି ।

ଏହି ଫଟୋରେ ପ୍ରଶଂସକ କମେଣ୍ଟ ଦେଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଜଣେ ୟୁଜର୍ ଲେଖିଛନ୍ତି, ମୁଁ ବର୍ତ୍ତମାନ ଫିଲ୍ମ ରିଲିଜକୁ ଅପେକ୍ଷା କରିଛି, ଅନ୍ୟଜଣେ ପ୍ରଶ୍ନ କରିଛନ୍ତି ଯେ କେବେ ଶେଷ ହେବ । ଏପରି ଅନେକ କମେଣ୍ଟ ସହ କୋଟି କୋଟି ଲାଇକ୍ ଅଭିନେତାଙ୍କ ପୋଷ୍ଟରେ ହେଉଛି ।

'Bhool Bhulaiyaa 3' 'ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍' ଆଶିକୀ', 'ହେରା ଫେରି', ପରି ଅନେକ ଫିଲ୍ମ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସାରା ଅଲି ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଉଭୟଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଲୋକଙ୍କର ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+