ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ନାଁ କହି ଠକି ନେଲେ ୮୨ ଲକ୍ଷ ଟଙ୍କା
Fraud On Actor Kartik Aaryan Name: ନିକଟରେ ଖବର ଆସିଥିଲା ବଲିଉଡ ଅଭିନେତା ସଲମାନ ଖାନଙ୍କ ଫାର୍ମ ହାଉସରେ ଜଣେ 24 ବର୍ଷର ବାଳିକା ହଙ୍ଗାମା କରିଥିଲେ । ଯାହା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଏବେ ଜଣେ ଯୁବକ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଦେଖା କରାଇବାର ଲୋଭ ଦେଖାଇ ଠକି ନେଲେ ଟଙ୍କା । ବର୍ତ୍ତମାନ ଉକ୍ତ ଠକ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି ।
ଜଣେ ଯୁବକ ଅଭିନେତା କାର୍ତ୍ତିକ ଆର୍ଯ୍ୟଙ୍କ ସହ ଦେଖା କରାଇବାର ଲୋଭ ଦେଖାଇ ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି । ମହିଳା ଜଣକ କହିଛନ୍ତି ଯେ ଯୁବକ ଜଣକ ତାଙ୍କୁ କାର୍ତ୍ତିକଙ୍କ ସହ ଦେଖାକରାଇବାର ପ୍ରତିଜ୍ଞା କରିଥିଲେ ଏବଂ ତାଙ୍କୁଠୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ମାମଲାରେ ପୋଲିସ ଯୁବକଙ୍କୁ ଗିରଫ କରିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଗୋରେଗାଓଁ ନିବାସୀ ଐଶ୍ୱର୍ଯ୍ୟା ଶର୍ମା। ସେ ଜଣେ ଠକ ଜୁବକଙ୍କ ଜାଲରେ ଫସି ଯାଇଥିଲେ ଯାହାର ନାମ କୃଷ୍ଣ ଶର୍ମା । 2022 ମସିହାରେ ଐଶ୍ୱର୍ଯ୍ୟାଙ୍କୁ 29 ବର୍ଷୀୟ କୃଷ୍ଣ ଶର୍ମା କାର୍ତ୍ତିକ ଆର୍ଯ୍ୟଙ୍କ ସହ ଦେଖା କରାଇବା କହି ଟଙ୍କା ନେଇଥିଲେ । ଅଭିଯୁକ୍ତ ମହିଳାଙ୍କୁ ମୋଟ 82 ଲକ୍ଷ 75 ହଜାର ଟଙ୍କା ଠକେଇ କରିଛି। ଏହା ପରେ ମହିଳା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଏହି ମାମଲାରେ ଆମ୍ବୋଲି ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିଛି। ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୋଲିସ କହିଛି। ତାଙ୍କ ବିରୋଧରେ ଆମ୍ବୋଲି, ଭାକୋଲା, ମୁମ୍ବାଇ ବିମାନବନ୍ଦର, ଦିଲ୍ଲୀ ଏବଂ ଚେନ୍ନାଇର E3 ଟିନାମ୍ପେଟ୍ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଛି। ତେବେ ଯୁବକଙ୍କୁ ପୋଲିସ ଗିରଫ କରିଛି।












Click it and Unblock the Notifications