ଦୀର୍ଘ ଦିନ ପରେ ଦେଖିବା ପାଇଁ ମିଳିବ କରିସ୍ମା କପୁରଙ୍କ ଯାଦୁ, 'ମର୍ଡର ମୁବାରକ'ରେ ଆସିବେ ନଜର
'ମର୍ଡର ମୁବାରକ' ସିନେମା ଜରିଆରେ ପ୍ରାୟ ଏକ ଦଶନ୍ଧି ପରେ ବଡ ପରଦାରେ ନଜର ଆସିବେ । ତେବେ ଏହାରି ମଧ୍ୟରେ ସେ କିଛି ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି ।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କୁ କିଛି ବର୍ଷ ହେବ ସିଲଭର୍ ସ୍କ୍ରିନ୍ ଖୁବ କମ ହିଁ ଦେଖିବା ପାଇଁ ମିଳିଥାଏ । ହେଲେ ଦୀର୍ଘ ଦିନ ପରେ ନିଜ ଫ୍ୟାନ୍ସଙ୍କ ପାଇଁ ସିନେମା ଜଗତରେ ପାଦ ରଖିବା ପାଇଁ ଯାଉଛନ୍ତି ଅଭିନେତ୍ରୀ । 'ମର୍ଡର ମୁବାରକ' ସିନେମା ଜରିଆରେ ସେ ପ୍ରାୟ ଏକ ଦଶନ୍ଧି ପରେ ବଡ ପରଦାରେ ପାଦ ରଖିବା ପାଇଁ ଯାଉଛନ୍ତି । ତେବେ ଏହାରି ମଧ୍ୟରେ ସେ କିଛି ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି ।
ଇ-ଟାଇମ୍ସ ସହିତ ଆଲୋଚନା କରିବା ସମୟରେ କରିସ୍ମା କପୁର ଚଳଚ୍ଚିତ୍ର ଜଗତରୁ ଦୂରେଇ ଯିବାର କାରଣ ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ କହିଥିଲେ, ' ଏହା ମୋର ନିଜର ପସନ୍ଦ ବା ଚୟସ ଥିଲା। ମୋର ପିଲାମାନେ ଛୋଟ ଥିଲେ । ମୁଁ ତାଙ୍କ ସହ ଘରେ ରହିବାକୁ ଚାହୁଁଥିଲି । ମୁଁ ଖୁବ କମ ବୟସରୁ କାମ କରିବା ଆରମ୍ଭ କରିଥିଲି, ଏପରିକି ମୁଁ ଦିନକୁ ଚାରିଟି ସିଫ୍ଟରେ ଏବଂ ଅନେକ ବର୍ଷରେ ଗୋଟିଏ ଦିନରେ ତିନିଟି ସିଫ୍ଟରେ କାମ କରିଥିଲି । ଏପରିକି ପ୍ରତିବର୍ଷ ମୋର ୮ରୁ ୧୦ଟି ସିନେମା ରିଲିଜ୍ ହେଉଥିଲା । ଯାହା ମଧ୍ୟରୁ ଅନେକ ହିଟ୍ ମଧ୍ୟ ହେଉଥିଲା । ଯାହା ପରେ ମୋତେ ଲାଗିଥିଲା ଯେ ମୁଁ ବୋହୁତ ଥକି ଯାଇଛି । ଯାହା ପରେ ମୁଁ କିଛି ଦିନ ପାଇଁ ସିନେମାରୁ ବିରତି ନେବା ପାଇଁ ନିଶ୍ଚିତ କରିଥିଲି' ।
ସେହିପରି ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ 'କମବ୍ୟାକ୍' ଟ୍ୟାଗ୍ ବିଲକୁଲ ପସନ୍ଦ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି କିଛି ସମୟ ପରେ ନିଜ ଅଫିସକୁ ଫେରେ ସେତେବେଳେ କୁହାଯାଏ ସେ ନିଜ କାମକୁ ଫେରିଛି । ଠିକ୍ ସେହିପରି ଅଭିନେତା-ଅଭିନେତ୍ରୀ ମାନଙ୍କ ପାଇଁ ମଧ୍ୟ ହେବା ଉଚିତ୍ ।
ସୂଚନାଥାଉ ଯେ, ହୋମି ଅଦାଜାନିଆ କରିସ୍ମା କପୁରଙ୍କ ଫିଲ୍ମ 'ମର୍ଡର ମୁବାରକ'ର ନିର୍ଦ୍ଦେଶନା ଦେଉଛନ୍ତି, ଯେଉଁଥିରେ ସାରା ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ। ଶେଷ ଥର ପାଇଁ କରିସ୍ମାଙ୍କୁ ୨୦୧୨ରେ ମୁକ୍ତିଲାଭ କରିଥିବା 'ଡେଞ୍ଜରିୟସ ଇଶ୍କ'ରେ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications