କରିନା କାପୁରଙ୍କ ଜାନେ ଜାନେ ଟ୍ରେଲର ଆଉଟ୍

Jaane Jaan Trailer Out: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ବର୍ତ୍ତମାନ ତାଙ୍କ OTT ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । କରୀନା କପୁର ଖାନ ଖୁବ୍ ଶୀଘ୍ର ଫିଲ୍ମ 'ଜାନେ ଜାନ'ରେ ନଜର ଆସିବେ। ଲୋକମାନେ ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଶେଷରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି ଏବଂ ଏହା ବର୍ତ୍ତମାନ ସିନେପ୍ରେମୀଙ୍କର ବେଶ୍ ଭଲ ପାଇବା ସାଉଁଟୁଛି ।

ଫିଲ୍ମ 'ଜାନେ ଜାନ'ର ଟ୍ରେଲର କରୀନା କପୁର ଖାନଙ୍କଠାରୁ ଆରମ୍ଭ ହୋଇଛି। ଏହି ସିନେମାରେ ସେ ମାୟା ଡି'ସୁଜା ଭୂମିକାରେ ନଜର ଆସୁଛନ୍ତି। ଟ୍ରେଲରରେ ଦେଖିବାକୁ ମିଳୁଛି ଯେ ମାୟା ଏକ ଖରାପ ସମ୍ପର୍କରେ ଅଛନ୍ତି । ଏହା ପରେ ତାଙ୍କର ପଡୋଶୀ ନରେନ୍ (ଜୟଦୀପ ) ତାଙ୍କ ପିଛା କରୁଛି । ଏହି ଫିଲ୍ମରେ ବଲିଉଡ ଅଭିନେତା ବିଜୟ ଭର୍ମା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି। ସେ ମାୟାଙ୍କ ନିଖୋଜ ସ୍ୱାମୀକୁ ଖୋଜିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି ।

karina
ଜୟଦୀପ ଅହଲାୱାଟ ଏବଂ ବିଜୟ ଧର୍ମା ମାୟାଙ୍କୁ ସନ୍ଦେହ କରୁଛନ୍ତି କିନ୍ତୁ ମାୟା ଉଭୟଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛନ୍ତି। କରୀନା କପୁର ଖାନଙ୍କ ଏହି ଆଗାମୀ ଚଳଚ୍ଚିତ୍ର ତାଙ୍କ ଜନ୍ମଦିନ ଅର୍ଥାତ୍ 21 ସେପ୍ଟେମ୍ବର 2023ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+