କରୀନାଙ୍କ ସହ ରୋମାନ୍ସ କରିବା ବେଳେ ଖୁବ୍ ନର୍ଭସ ଥିଲେ ଅଭିନେତା ବିଜୟ ବର୍ମା
Vijay Varma Kareena Kapoor: ଫିଲ୍ମ 'ଜାନେ ଜା' ଖୁବ ଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ସିନେମା ଜରିଆରେ କରୀନା କପୁର ଖାନ 'OTT' ଜଗତରେ ପାଦ ଦେବା ପାଇଁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ପାଇଁ ଖୁବ୍ ଖାସ କାରଣ କରୀନାଙ୍କ ଜନ୍ମ ଦିନ ଅବସରରେ ହିଁ ଏହି ଫିଲ୍ମ ରିଲିଜ୍ ହେବ । ସେହିପରି ବିଜୟ ବର୍ମା ଫିଲ୍ମରେ ପ୍ରଥମ ଥର ପାଇଁ କରୀନା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତା ନିକଟରେ ତାଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି ।
ବଲିଉଡ ଅଭିନେତା ବିଜୟ ବର୍ମା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜାନେ ଜା' ପ୍ରମୋଟ୍ କରିବାରେ ବିଜି ଅଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ଅଭିନେତା ଫିଲ୍ମର ସୁଟିଂ ସହ ଜଡିତ କିଛି ରୋଚକ କଥାର ଖୁଲସା କରିଛନ୍ତି । ଏହି ସମୟରେ ଅଭିନେତା କହିଥିଲେ ଯେ, କରୀନା କପୁର ଖାନଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ସମୟରେ ସେ ଖୁବ୍ ନର୍ଭସ ହୋଇପଡିଥିଲେ । ଏହି ଦୃଶ୍ୟକୁ ଅଭିନେତ୍ରୀଙ୍କ ସହ ସୁଟିଂ କରିବା ତାଙ୍କ ପାଇଁ ଖୁବ୍ କଷ୍ଟକର ହୋଇପଡିଥିଲା ।

ଶେହନାଜ ଗିଲଙ୍କ ଟକ୍ ସୋ 'ଦ ଦେଶୀ ଭାଇବ୍ସରେ' ବିଜୟ ଭର୍ମା ଯୋଗ ଦେଇ କହିଛନ୍ତି, 'ଫିଲ୍ମରେ ଏପରି ଏକ ଦୃଶ୍ୟ ଅଛି, ଯେଉଁଥିରେ କରୀନା କପୁର ଖାନ ତାଙ୍କୁ ଅର୍ଥାତ୍ ବିଜୟ ଭର୍ମାଙ୍କୁ ଦେଖି ଗୀତ ଗାଉଥିଲେ । ସେହି ସମୟରେ ସେ କରୀନା କପୁର ଖାନଙ୍କୁ ନିଜ ପାଖରେ ଦେଖି ନର୍ଭସ୍ ହୋଇ ପଡିଥିଲେ ।
ସେହିପରି ନିକଟରେ ଟ୍ରେଲର ଲଞ୍ଚ ଇଭେଣ୍ଟରେ କରୀନା କପୁର ପ୍ରକାଶ କରିଥିଲେ ଯେ, ଫିଲ୍ମରେ କାମ କରିବା ପୂର୍ବରୁ ତାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଜୟଦୀପ ଏବଂ ବିଜୟଙ୍କ ଆଗରେ ଏପରି ଆଟିଟ୍ୟୁଡ୍ ନ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଯେତେବେଳେ ଶେହନାଜ ବିଜୟ ବର୍ମାଙ୍କୁ ଏନେଇ ପ୍ରଶ୍ନ କରିଥିଲେ, ସେ ଉତ୍ତର ଦେଇଥଲେ ଯେ, ମୁଁ ଖୁସି ଯେ ସୈଫଙ୍କ ପାଇଁ କରୀନା ମୋତେ ଚିହ୍ୱି ପାରିଲେ । ଫିଲ୍ମ 'ଜାନେ ଜା' ସେପ୍ଟେମ୍ବର 21ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କରୀନା କପୁର, ବିଜୟ ଭର୍ମା ଏବଂ ଜୟଦୀପ ଅହଲୱାତ୍ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। କରୀନା କପୁର ଏଥିରେ ସିଙ୍ଗଲ୍ ମଦର ଭୂମିକାରେ ନଜର ଆସିବେ ।












Click it and Unblock the Notifications