ଏହି କାରଣରୁ ହାତରେ ଟାଟୁ କରିଥିଲେ କରୀନା କପୁର ଖାନା
Kareena Kapoor-Saif Ali Khan: ସୈଫ ଅଲି ଖାନ ତାଙ୍କ ପତ୍ନୀ କରୀନା କପୁରଙ୍କୁ ବହୁତ ଭଲ ପାଆନ୍ତି। ଏହାର ପ୍ରମାଣ ଅଭିନେତାଙ୍କ ହାତରେ ଥିବା ଟାଟୁ । କରୀନା କପୁର ଏବଂ ସୈଫ ଅଲି ଖାନ ବି-ଟାଉନର ପାୱାରକପଲ । ପ୍ରଶଂସକମାନେ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଉଭୟଙ୍କୁ ନେଇ ଏକ ମଜାଦାର କାହାଣୀ କହିବୁ ।
12 ବର୍ଷ ପୂର୍ବେ ସୈଫ ଅଲି ଖାନ ଏବଂ କରୀନା କପୁର ପରସ୍ପରକୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ଥିଲେ । କୁହାଯାଏ ଅଭିନେତା କରୀନାଙ୍କ ପାଇଁ ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ଏକ ଟାଟୁ ମଧ୍ୟ କରିଥିଲେ।
କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ସୈଫ କିପରି ଏହି ଟାଟୁ କରିଥିଲେ । ଏବେ ବର୍ଷ ବର୍ଷ ପରେ କରୀନା କପୁର କପିଲ ଶର୍ମାଙ୍କ ସୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସିଜନ୍ 2 ରେ ଏହା ପ୍ରକାଶ କରିଛନ୍ତି।

ବାସ୍ତବରେ ଶୋ'ର ଏକ ପ୍ରୋମୋ ରିଲିଜ୍ ହୋଇଛି । ଯେଉଁଥିକେ କପିଲ କରୀନାଙ୍କୁ ପଚାରୁଛନ୍ତି, ସୈଫ କାହିଁକି ଏହି ଟାଟୁ କରିଥିଲେ? ଯାହାର କରୀନା ଏକ ମଜାଦାର ଉତ୍ତର ଦେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ କହିଥିଲେ ସୈଫ ତାଙ୍କ ପ୍ରେମ ଜାହିର କରିବା ପାଇଁ ଟାଟୁ କରିଥିଲେ ।
କରୀନା ଆହୁରି କହିଛନ୍ତି, 'ମୁଁ ନିଜେ ସୈଫଙ୍କୁ ଟାଟୁ କରିବାକୁ କହିଥିଲି। ମୁଁ ତାଙ୍କୁ କହିଲି ଯଦି ତୁମେ ମୋତେ ଭଲ ପାଅ, ତେବେ ହାତରେ ମୋ ନାଁ ଲେଖ ।
ତେବେ ଆଜିକାଲି ସୈଫ ଅଲି ଖାନ 'ଦେବରା'କୁ ନେଇ ଚର୍ଚ୍ଚାରେ ଅଛନ୍ତି ସେହିପରି କରୀନା ସିଙ୍ଘମ ଅଗେନ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି ।












Click it and Unblock the Notifications