ଫିଲ୍ମ 'ସୀତା': ହଟିଲେ କରିନା ଆସିଲେ କଙ୍ଗନା
ଫିଲ୍ମ ସୀତାରେ ଅଭିନୟ କରିବେ କଙ୍ଗନା ରାଣଓ୍ୱତ । କରିନା କପୁର ପ୍ରଥମେ ଏହି ଚିରିତ୍ର ପାଇଁ ମନୋନୀତ ହୋଇଥିଲେ ।
ମୁମ୍ବାଇ: ଫିଲ୍ମ 'ସୀତା' କୁ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଛି। ପୂର୍ବରୁ ଏହି ଫିଲ୍ମରେ କରୀନା କପୁର ଖାନ୍ ନାଁ ଖୁବ ଚର୍ଚ୍ଚା ହେଉଥିଲା। ଆଉ ଏଥିପାଇଁ କରୀନା କପୁର ଖାନ୍ 12 କୋଟି ଟଙ୍କା ମାଗିଥିଲେ । ହେଲେ ଫିଲ୍ମ 'ସୀତା'କୁ ନେଇ ଏବେ ଆଉ ଏକ ବଡ ଖବର ଆସିଛି।
ସ୍କ୍ରିପ୍ଟରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ ନିଜ ପସନ୍ଦର ଅଭିନେତ୍ରୀଙ୍କ ନାଁ ଉଲ୍ଲେଖ କରିଛନ୍ତି। 'ସୀତା'ର ସ୍କ୍ରିପ୍ଟ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କଙ୍ଗନା ରାଣାୱତଙ୍କ ନା ସୁପାରିଶ କରିଛନ୍ତି ।

କେ.ଭି ପ୍ରସାଦ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ପିତା।
ସେ ବାହୁବଲି ଧାରାବାହିକ, ବଜରଙ୍ଗୀ ଭାଇଜାନ, ମଣିକର୍ଣ୍ଣିକା ଏବଂ ଥାଲାଇଭି ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି। କେ.ଭି ପ୍ରସାଦ ବର୍ତ୍ତମାନ ସୀତା ଫିଲ୍ମ ସହିତ ପୁଣିଥରେ କିଛିଦିନ ପରେ କମବ୍ୟାକ୍ କରୁଛନ୍ତି। ହିନ୍ଦୀ ସହିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମଧ୍ୟ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ସୀତାଙ୍କ ଭୂମିକା ପାଇଁ କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ନାଁକୁ ନେଇ ଆସିଥିବା ଖବରକୁ କେ.ଭି ପ୍ରସାଦ ଖାରଜ କରିଦେଇଛନ୍ତି।












Click it and Unblock the Notifications