Get Updates
Get notified of breaking news, exclusive insights, and must-see stories!

ଫିଲ୍ମ 'Crew' ଟିଜର ରିଲିଜ୍, ବିଟାଉନର ୩ ହଟ୍ ଅଭିନେତ୍ରୀଙ୍କ ଜଲୱା କଲା ଫ୍ୟାନ୍ସଙ୍କୁ ମତୁଆଲା

Crew Teaser Out: ବଲିଉଡ ଅଭିନେତ୍ରୀ କରୀନା କପୁର, କ୍ରିତି ସାନନ ଏବଂ ତବୁ ଖୁବ ଶୀଘ୍ର ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'Crew' ସହିତ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳଚ୍ଚିତ୍ରର ଟିଜର ଆଜି ରିଲିଜ ହୋଇଛି, ଯାହା ଲୋକଙ୍କ ହୃଦୟରେ ଉତ୍ସାହ ଆହୁରି ବଢାଇ ଦେଇଛି । ରିଲିଜ ହେବା ମାତ୍ରେ ଟିଜର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି ।

ଫିଲ୍ମ 'Crew'ର ଟିଜରରେ କରୀନା କପୁର, ତବୁ ଏବଂ କ୍ରିତି ସାନନ୍ ଏୟାର ହୋଷ୍ଟେସ୍ ଭୂମିକାରେ ନଜର ଆସିବେ । ପୂର୍ବରୁ ଫିଲ୍ମର ଏକ ପୋଷ୍ଟରି ରିଲିଜ୍ କରାଯାଇଥିଲା । ନାଲି ରଙ୍ଗର 'Crew' ପୋଷାକରେ ଏହି ତିନିଜଣ ଖୁବ୍ ସୁନ୍ଦର ଦିଶୁଥିଲେ । ଏହି ତିନି ଅଭିନେତ୍ରୀଙ୍କ ଟିଜରରେ ଅଭିନୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

film crew teaser out

ଫିଲ୍ମର ଟିଜର ଏହା ଦର୍ଶାଯାଇଛି ଯେ ତବୁ, କ୍ରିତି ସାନନ୍ ଏବଂ କରୀନା କପୁର ସେମାନଙ୍କ ଏୟାର ହୋଷ୍ଟେସ୍ ଚାକିରିକୁ ନେଇ ଖୁବ ଦୁଃଖି ଅଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ଟିଜରରେ କରୀନା କପୁର ଖାନ 'ଚୋଲି କେ ପିଛେ କ୍ୟାୟା ହୈ' ଗୀତରେ ନାଚୁଥିବାର ନଜର ଆସିଛନ୍ତି। କ୍ରିତି ସାନନ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'Crew'ର ଟିଜର ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 29, 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+