'ବିଗ୍ ବସ୍ ୧୮'ର ବିଜେତା ହେଲେ କରନ ବୀର, ଜିତିଲେ ୫୦ ଲକ୍ଷ ଟଙ୍କା ପୁରସ୍କାର
କଲର୍ସ ଟିଭିର ପପୁଲାର ଶୋ ବିଗ୍ବସ୍ । ଟ୍ରଫି ହାତେଇଛନ୍ତି କରଣଭୀର ମେହେରା।ଟ୍ରଫି ବ୍ୟତୀତ ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ ବିଳାସପୂର୍ଣ୍ଣ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍ କାର ପ୍ରଦାନ କରାଯାଇଛି। ଭିଭିଆନ୍ ଡିସେନା ପ୍ରଥମ ରନର୍ ଅପ୍ ହୋଇଛନ୍ତି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ସଲମାନ ଖାନ ବିଗ୍ ବସ୍ ୧୮ ର ବିଜେତା ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା । କରଣଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଲଗାତାର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରୁଛନ୍ତି ।
ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ପ୍ରଥମେ ଈଶା ସିଂ ବାହାରିଥିଲେ । ପରବର୍ତ୍ତୀ ଫାଇନାଲିଷ୍ଟରୁ ଚୁମ୍ ଦାରାଙ୍ଗ ବିଗ୍ ବସ୍ -୧୮ବିଜେତାରୁ ଓହରି ଯାଇଥିଲେ । ତାଙ୍କ ପରେ ଗ୍ରାଣ୍ଡ ପୁରସ୍କାର ଦୌଡ଼ରୁ ଅବିନାଶ ମିଶ୍ର ବାହାରିଥିଲେ । ଅବଶେଷରେ, ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଗ୍ ବସ୍ -୧୮ର ଟପ୍-୩ରେ ପହଞ୍ଚିଥିଲେ କରଣ ବୀର ମେହେରା, ଭିଭିଅନ୍ ଡିସେନା, ରଜତ ଦଲାଲ । ପରେ ରଜତ ଆଉଟ ହେବା ପରେ କରଣ ଏବଂ ଭିଭିଅନଙ୍କ ମଧ୍ୟରେ କିଏ ଜିତିବ ଟ୍ରଫି ସମସ୍ତଙ୍କ ନଜର ରହିଥିଲା ।

ଶେଷରେ ପ୍ରତି ସିଜନ୍ ପରି, ଏଥର ମଧ୍ୟ ସଲମାନ ଖାନ୍ ପୁରସ୍କାର ରାଶି ସହିତ କରଣ ବୀର ମେହେରାଙ୍କୁ ବିଗ ବସ୍ ୧୮ର ବିଜେତା ଘୋଷଣା କରିଥିଲେ । ଟ୍ରଫି ସହିତ, ଅଭିନେତା କରଣଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । ହିନ୍ଦୀ ସିରିଏଲରେ ଅଭିନୟ କରୁଥିବା କରନ ପୂର୍ବରୁ ଖତରୋ କୋ ଖିଲାଡି ଶୋ' ଜିତିଛନ୍ତି ।
ବିଗବସ୍ ବିଜୟୀ ପରେ ପ୍ରତିକ୍ରିୟା ରଖି କରଣ ବୀର କହିଛନ୍ତି, ବହୁତ ଖୁସି ଲାଗୁଛି । ଏହା ମୋର ଲକ୍ଷ୍ୟ ଥିଲା ଯାହା ଘଟିଛି । ଯେବେ ଦୁଇ ଜଣ ଟ୍ରଫି ପାଇଁ ଲଢନ୍ତି ତେବେ ତିକ୍ତାତା ଆସିବ । କିନ୍ତୁ ଭିଭିଆନ ହୃଦୟରୁ ଜଣେ ଭଲ ଲୋକ । ମୋତେ ଏତେ ଭଲ ପାଇବା ଦେଇଥିବାରୁ ଦର୍ଶକଙ୍କୁ ଧନ୍ୟବାଦ ।












Click it and Unblock the Notifications