କପିଲ ଶର୍ମାଙ୍କ କାଫେରେ ଦୁଇଥର ଗୁଳିମାଡ଼, ଏବେ ମୁମ୍ବାଇ ପୋଲିସ ନେଲା ଏହି ବଡ଼ ପଦକ୍ଷେପ
କପିଲ ଶର୍ମା, ଯିଏ ତାଙ୍କର କମେଡି ଏବଂ ହୋଷ୍ଟିଂ ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ, ସେ ଏବେ ଏକ ନୂତନ ମାମଲା ଯୋଗୁଁ ଖବରରେ ଅଛନ୍ତି। କାନାଡାର ସରେରେ ତାଙ୍କ ନିକଟରେ ଖୋଲାଯାଇଥିବା 'କ୍ୟାପ୍ସ କାଫେ'ରେ ଗୁଳିକାଣ୍ଡର ଦୁଇଟି ଘଟଣା ଘଟିଛି। ଏହି ଘଟଣାଗୁଡ଼ିକ କପିଲ ଶର୍ମାଙ୍କ ପ୍ରଶଂସକ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତାକୁ ବୃଦ୍ଧି କରିଛି।
କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ମୁମ୍ବାଇ ପୁଲିସ ତାଙ୍କର ସୁରକ୍ଷା ବଢ଼ାଇଥିବା ଜଣାପଡ଼ିଛି। ପୂର୍ବରୁ ତାଙ୍କୁ କେତେ ସୁରକ୍ଷା ମିଳୁଥିଲା ଏବଂ ଏବେ କେତେ ସୁରକ୍ଷା ବଢ଼ାଯାଇଛି, ତାହା ସାମ୍ନାକୁ ଆସିନାହିଁ।

ତେବେ ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସାମ୍ନାକୁ ଆସିଛି। ଏହା ସହ ଲରେନ୍ସ ବିଷ୍ଣୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରୁଛି ତାହା ମଧ୍ୟ ସାମ୍ନାକୁ ଆସିଛି। କିଛି ଦିନ ତଳେ ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, କପିଲ, ସଲମାନଙ୍କୁ ତାଙ୍କ ସୋ'ର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ସେଥିପାଇଁ ତାଙ୍କ କାଫେରେ ଗୁଳିଚାଳନା କରାଯାଇଛି। ଆହୁରି ମଧ୍ୟ କୁହାଯାଇଥିଲା ଯେ, ଯିଏ ସଲମାନଙ୍କ ସହ କାମ କରିବ ସେ ମରିବ।
ଏଥିରେ ଆହୁରି କୁହାଯାଇଥିଲା, ମୁମ୍ବାଇର ସମସ୍ତଙ୍କୁ, ସମସ୍ତ କଳାକାର ଏବଂ ପ୍ରଯୋଜକଙ୍କୁ ଚେତାବନୀ। ଆମେ ମୁମ୍ବାଇର ପରିବେଶକୁ ଏପରି ନଷ୍ଟ କରିବୁ ଯେ, ତୁମେ ଲୋକମାନେ ନିଜ ଜୀବନରେ ଭାବି ନ ଥିବ। ଯଦି କେହି ସଲମାନଙ୍କ ସହ କାମ କରିବ, ସେ ଜଣେ ଛୋଟ କଳାକାର ହେଉ କି ଜଣେ ଛୋଟ ନିର୍ଦ୍ଦେଶକ, ଆମେ କାହାକୁ ମଧ୍ୟ ଛାଡିବୁ ନାହିଁ। ଆମେ ତାକୁ ହତ୍ୟା କରିବୁ। ଆମେ ତାକୁ ମାରିବା ପାଇଁ ଯେକୌଣସି ସୀମାକୁ ଯିବୁ। ଯଦି କେହି ସଲମାନ ଖାନଙ୍କ ସହ କାମ କରିଛି, ତେବେ ସେ ନିଜ ମୃତ୍ୟୁ ପାଇଁ ନିଜେ ଦାୟୀ ରହିବେ।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ସଲମାନଙ୍କ ମଧ୍ୟରେ ଶତ୍ରୁତା ବହୁ ବର୍ଷ ପୁରୁଣା। କଳା ହରିଣ ଶିକାର ମାମଲା ପରଠାରୁ ଲରେନ୍ସ ସଲମାନଙ୍କ ପଛରେ ଲାଗିଛି। ଏହା ସହିତ, ସଲମାନଙ୍କୁ ଅନେକ ଥର ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରାଯାଇଛି। ତାଙ୍କ ଘରେ ମଧ୍ୟ ଗୁଳିଚାଳନା କରାଯାଇଛି। ଏହି ସମସ୍ତ ଆକ୍ରମଣ ପରେ କେବଳ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି।












Click it and Unblock the Notifications