ଡେଲିଭେରୀ ବୟ କପିଲଙ୍କ କାହାଣୀ, କ'ଣ ପାଇଁ ସିରିୟସ୍ ହେଲେ କମେଡି କିଙ୍ଗ୍ ?
Kapil Sharma: Kapil Sharma To Stars In Nandita Das Directed Film Zwigatoଡେଲିଭେରୀ ବୟ କପିଲଙ୍କ କାହାଣୀ, କ'ଣ ପାଇଁ ସିରିୟସ୍ ହେଲେ କମେଡି କିଙ୍ଗ୍ ?
ମୁମ୍ବାଇ: ରିଲିଜ୍ ହେଲା ଫିଲ୍ମ 'Zwigato' ଫାର୍ଷ୍ଟ ଲୁକ୍ । ସାଧାରଣ ଲୁକରେ ନଜର ଆସିଲେ କମେଡି କିଙ୍ଗ୍ । ଫ୍ୟାନ୍ସ କଲେ କପିଲଙ୍କ ପ୍ରଶଂସା । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ । କପିଲ ନିଜ ସୋସିଆଲ ମିଡିଆରେ ସାଇଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଲାଇକ୍ସ ଓ କମେଣ୍ଟ କରି କପିଲଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ ।
କମେଡି କିଙ୍ଗ୍ କପିଲ ଶର୍ମା ନିଜ କମେଡି ପାଇଁ ଖୁବ ପ୍ରଶଂସା ସାଉଁଟିଥାନ୍ତି । ଦେଶ ବିଦେଶରେ ତାଙ୍କ କେମେଡିର ଚର୍ଚ୍ଚା । ଦର୍ଶକଙ୍କର ଢେର୍ ସାରା ଭଲପାଇବା ଓ ପ୍ରଶଂସା ମଧ୍ୟ ତାଙ୍କୁ ମିଳିଥାଏ । ଅନେକ ଇଣ୍ଟରନ୍ୟାସ୍ନାଲ ଶୋ' ବି ସେ କରିସାରିଛନ୍ତି । ଫିଲ୍ମ 'କିସ୍ କିସ୍ କୋ ପ୍ୟାର୍ କରୁ'ରେ ତାଙ୍କ ଅଭିନୟ ଓ କମେଡିକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ହେଲ ଏବେ ଭିନ୍ନ ଚିରିତ୍ରରେ ନଜର ଆସିବା ପାଇଁ ଯାଉଛନ୍ତି କପିଲ । ଦାର୍ଘ ସମୟରୁ କପିଲ୍ ଶର୍ମା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂରେ ବିଜି ଅଛନ୍ତି ।
ଏହି ଫିଲ୍ମଟି ବର୍ତ୍ତମାନ ୪୭ତମ ଟୋରୋଣ୍ଟୋ ଇଣ୍ଟରନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲରେ ଓ୍ବାର୍ଲଡ୍ ପ୍ରିମିୟମ ପାଇଁ ସ୍ଥାନ ପାଇଛି ।

ନନ୍ଦିତା ଦାସ୍ ନିର୍ଦ୍ଦେଶିତ ଫିଲ୍ମ 'ଜ୍ବିଗାତୋ'ର କପିଲ ଏକ ଡେଲିଭରୀ ବୟ ଚରିତ୍ରରେ ନଜର ଆସୁଛନ୍ତି । ଫିଲ୍ମରେ ନିଜ ଆର୍ଥିକ ସ୍ଥିତି ଓ ଦୈନନ୍ଦୀନ ଆବଶ୍ୟକତା ପୂରଣ କରିବା ପାଇଁ କିପରି ଜଣେ ବ୍ୟକ୍ତି ସଂଘର୍ଷ କରୁଛି ତାହା ସହ ନିଜ ପତ୍ନୀର ରୋଜଗାର କରୁଥିବା କଥାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହିଁ ଏହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । ମହାମାରୀ ପରେ ଜୀବନଶୈଳୀରେ ଏକ ପରିବାରର ସୁଖ ଦୁଖଃର କାହାଣୀ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ । କପିଲ ଶର୍ମାଙ୍କ ଏହି ଭିନ୍ନ ରୂପ ଦେଖିବାକୁ ଦର୍ଶକମାନେ ମଧ୍ୟ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଦେଖିବା ବାକି ରହିଲା ଫିଲ୍ମ ରିଲିଜ୍ ପରେ କମେଡି କିଙ୍ଗଙ୍କ ସରିୟସ୍ ଅନ୍ଦାଜକୁ ଲୋକେ କେତେ ପସନ୍ଦ କରୁଛନ୍ତି ।












Click it and Unblock the Notifications