Get Updates
Get notified of breaking news, exclusive insights, and must-see stories!

କପିଲ ଶର୍ମାଙ୍କୁ 'I love You' କହିଲେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣାନ୍ !

କପିଲ ଶର୍ମାଙ୍କୁ 'I love You' କହିଲେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣାନ୍ !

ମୁମ୍ବାଇ: ଚର୍ଚ୍ଚାରେ କପିଲ ଶର୍ମା ଶୋ' । କମେଡି କିଙ୍ଗ୍ କପିଲଙ୍କୁ I LOVE YOU କହିଲେ ତ୍ରିଷା କ୍ରିଷ୍ଣାନ୍ । ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ସୋନି ଚ୍ୟାନେଲ୍ ନିଜ ଅଫିସିଆଲ୍ ସୋଶାଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ କରିଛି ।

ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍'ର ସମସ୍ତ ଷ୍ଟାରକାଷ୍ଟ ଫିଲ୍ମ ପ୍ରମୋସନ ପାଇଁ 'ଦ କପିଲ ଶର୍ମା' ଶୋ'ରେ ପହଁଚିଥିଲେ । ଏଥିରେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣାନ, ଅଭିନେତା ବିକ୍ରମ, ଐଶର୍ଯ୍ୟା ଲକ୍ଷ୍ମୀ, କାର୍ତ୍ତି, ଜୟମ ରବି ନଜର ଆସିଥିଲେ । ଶୋ'ରେ ସମସ୍ତ ଷ୍ଟାରକାଷ୍ଟ ଖୁବ୍‌ ମସ୍ତି କରିଥିଲେ ।

Entertainment

ଶୋ'ରେ କପିଲ ଅଭିନେତ୍ରୀ ତ୍ରିଷାଙ୍କର ଖୁବ୍ ପ୍ରଶଂସା କରିଥିଲେ । ଯାହା ପରେ ଅଭିନେତ୍ରୀ କପିଲଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ' ଆଇ ଲଭ ୟୁ କପିଲ, ଆପଣ ମୋର ଏତେ ପ୍ରଶଂସା କରିଥିବାରୁ' । ଯାହା ପରେ କମେଡି କିଙ୍ଗ କହିଥିଲେ ମୋତେ ଏପରି ଆଇ ଲଭ ୟୁ କୁହନ୍ତୁ ନାହିଁ ଏହା ପରେ ମୁଁ ଆପଣଙ୍କର ପିଛା ଛାଡିବି ନାହିଁ । ଉଭୟଙ୍କର ଏହି ମସ୍ତି ଶୋ'ରେ ଚାରଚାନ୍ଦ ଲଗାଇଥିଲା ।

ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍' ଫିଲ୍ମର କଳାକାର ,ଟିଜର୍ ,ଫାଷ୍ଟଲୁକ୍ ସବୁକିଛିକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଫିଲ୍ମର ପାର୍ଟ-୧ର ଟ୍ରେଲର ରିଲିଜ୍ ହୋଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଓ ଦର୍ଶକଙ୍କର ଭଲ ରେସପନ୍ସ ମଧ୍ୟ ମିଳିଥିଲା । ଏବେ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଅଛନ୍ତି ଫ୍ୟାନ୍ସ । ଫିଲ୍ମ ଟ୍ରେଲରରେ ଦମଦାର୍ ଆକ୍ସନ ସହ ଆକର୍ଷଣିୟ VFX ଦେଖିବା ପାଇଁ ମିଳିଥିଲା । ତେବେ ଚଳିତ ମାସ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+