ରିଲିଜ୍ ହେଲା କପିଲଙ୍କ ସିନେମା 'zwigato'ର ଟ୍ରେଲର
ମେଡି କିଙ୍ଗ ତଥା 'ଦ କପିଲ ଶର୍ମା ଶୋ'ର ଜଣାଶୁଣା ହୋଷ୍ଟ କପିଲ ଶର୍ମା ଖୁବ୍ ଶୀଘ୍ର 'zwigato' ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

zwigato Trailer Launch: କମେଡି କିଙ୍ଗ ତଥା 'ଦ କପିଲ ଶର୍ମା ଶୋ'ର ଜଣାଶୁଣା ହୋଷ୍ଟ କପିଲ ଶର୍ମା ଖୁବ୍ ଶୀଘ୍ର 'zwigato'ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ । କମେଡି କରି ଲୋକଙ୍କୁ ହସାଉଥିବା କପିଲ୍ ଏହି ସିନେମାରେ ଏକ ସିରିୟସ୍ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ କପିଲଙ୍କୁ ଖାଦ୍ୟ ଡେଲିଭର କରୁଥିବା ବ୍ୟକ୍ତିଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । ଏହି ସିନେମାରେ ତାଙ୍କର ଏବଂ ପରିବାରର ସଂଘର୍ଷ ଦେଖିବା ପାଇଁ ମିଳିବ ।
ଆଜି ଏହି ଚଳଚ୍ଚିତ୍ରର ଟ୍ରେଲରକୁ କପିଲ ଶର୍ମା, ଫିଲ୍ମରେ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଶାହାନା
ଗୋସ୍ୱାମୀ ଏବଂ ମୁମ୍ବାଇର ଏକ ସିନେମା ହଲରେ ଫିଲ୍ମର ନିର୍ଦ୍ଦେଶକ ନନ୍ଦିତା ଦାସ ମିଳିତ ଭାବେ ଲଞ୍ଚ କରିଥିଲେ। ରିଲିଜ୍ ପରେ ଏହି ଟ୍ରେଲରକୁ ଦର୍ଶକଙ୍କ ବେଶ୍ ଭଲ ପାଇବା ମିଳିଛି । ସୋସିଆଲ ମିଡିଆରେ ଟ୍ରେଲରଟି ଭାଇରାଲ ହେବା ସହ ସମସ୍ତେ କପିଲଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି । କପିଲଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି । ବର୍ତ୍ତମାନ ଏହା ମାର୍ଚ୍ଚ ୧୭ରେ ଭାରତର ବଡ଼ ପରଦାରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
କପିଲ ଶର୍ମା ଫିଲ୍ମ 'zwigato'ରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ନିଜ ପରିବାର ଚଳାଇବା ପାଇଁ ଡେଲିବରୀ ବୟ ଭାବେ କାମ କରୁଛନ୍ତି । ଯେଉଁ ସମୟରେ ତାଙ୍କୁ ଜୀବନରେ ଅନେକ ସଂଘର୍ଷ କରିବା ପାଇଁ ପଡୁଛି । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଫିଲ୍ମର ହିରୋ କପିଲ ତାଙ୍କର ବ୍ୟକ୍ତିଗତ ଜୀବନ ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଥିଲେ ।












Click it and Unblock the Notifications