୩ ବର୍ଷର ଝିଅ ସହ ରାମ୍ପୱାକ୍ କଲେ ଅଭିନେତା କପିଲ ଶର୍ମା
ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମାଙ୍କ ଲୋକ ପ୍ରିୟତା ଖୁବ ଅଧିକ । ସେ ନିଜ ଶୋ' ପାଇଁ ଘରେ ଘରେ ପରିଚିତ । କପିଲ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ, ହାସ୍ୟ ଅଭିନେତା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତା ଏକ ଇଭେଣ୍ଟରେ ତାଙ୍କ ପ୍ରିୟ ଝିଅ ସହିତ କରିଛନ୍ତି ରାମ୍ପୱାକ୍ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ରବିବାର ରାତିରେ କପିଲ ଶର୍ମାଙ୍କର ୩ ବର୍ଷର ଝିଅ ଅନାୟରାଙ୍କ ସହ ଏକ କାର୍ଯ୍ୟକ୍ରମରେ ରାମ୍ପୱାକ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । କପିଲ ତାଙ୍କ ଛୋଟ ଝିଅର ହାତ ଧରି ରାମ୍ପୱାକ୍ କରିଥିଲେ । ବାପା- ଝିଅ ଯୋଡି କଳା ପୋଷାକରେ ବେଶ୍ ସୁନ୍ଦର ଦିଶୁଥିଲେ । ଉଭୟଙ୍କ ପ୍ରଶଂସା ଏବେ ସବୁଠି । କପିଲ ଓ ତାଙ୍କ ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ କପିଲଙ୍କ ଝିଅ ଅନାୟାରାଙ୍କୁ ଫ୍ଲାଇଙ୍ଗ କିସ୍ ଦେବାକୁ କହିଥିଲେ । ଅନୟାରା ପିତାଙ୍କ କଥା ଶୁଣି ସମସ୍ତ ଦର୍ଶକଙ୍କୁ ପ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଇଥିଲେ । କପିଲ ଏବଂ ତାଙ୍କ ଝିଅ ଅନାୟାରାଙ୍କର ଏହି ସୁନ୍ଦର ଭିଡିଓ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ ଜିଣୁଛି । କପିଲ ଏବଂ ତାଙ୍କ ଝିଅଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ସୁନ୍ଦର ସୁନ୍ଦର କମେଣ୍ଟ ଓ ଲାଇକର ବର୍ଷା ମଧ୍ୟ ହେଉଛି ।
ଏହି ଇଭେଣ୍ଟରେ କେବଳ କପିଲ ଶର୍ମା ନୁହଁନ୍ତି ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମଧ୍ୟ ତାଙ୍କ ପୁଅ ଗୋଲାଙ୍କ ସହ ରାମ୍ପୱାକ୍ କରିଥିଲେ ।
ଭାରତୀଙ୍କ ସହ କୃଷ୍ଣ ଅଭିଷେକ ଗୋଲାକୁ କୋଳରେ ନେଇ ୱାକ କରୁଥିବାର ଦେଖିବା ପାଇଁ ମିଳିଥିଲା । ଭାରତୀ ଏବଂ ତାଙ୍କ ପୁଅ ଗୋଲାଙ୍କ ରାମ୍ପରେ ଚାଲିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications