ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କପିଲ ଶର୍ମା
‘ଦ କପିଲ୍ ଶର୍ମା ସୋ’ ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ୱର: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା 'ଦ କପିଲ୍ ଶର୍ମା ସୋ'ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ସୋ ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରସାରିତ ହୋଇଥିବା ସୋ ର ଏକ ଏପିସୋଡରେ ପହଞ୍ଚିଥିଲେ ଟୋକିଓ ହକି ହିରୋ ଉଭୟ ପୁରୁଷ ଓ ମହିଳା ହକି ଟିମ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି । ସେହିପରି ଟୋକିଓ ହିରୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।
CM @Naveen_Odisha had a message for @thehockeyindia Men's & Women's hockey teams on @SonyTV's @KapilSharmaK9 Show. He lauded the hockey stars for the historic feat at #Tokyo2020 & said that many more will embrace the game now & bring more laurels for India. pic.twitter.com/xGOAHxl2TW
— CMO Odisha (@CMO_Odisha) August 29, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋ ରେ କହିଛନ୍ତି, ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ସିଡ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।












Click it and Unblock the Notifications