କପିଲ ଶର୍ମା-ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡା ମାମଲା, ରାଗରେ ସବୁ କିଛି ଭୁଲି ଯାଏ ବୋଲି କହିଲେ କପିଲ୍
'ମୁଁ କେବେ ଅସୁରକ୍ଷିତ ମନେ କରି ନାହିଁ ହେଲେ ମୁଁ ଯେଉଁ ମାନଙ୍କୁ ପସନ୍ଦ କରେ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦିଏ । ମୁଁ ରାଗି... ନିଜ କ୍ରୋଧକୁ କଣ୍ଟ୍ରୋଲ କରିପାରେ ନାହିଁ :କପିଲ ଶର୍ମା

ମୁମ୍ବାଇ: କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ କମେଡି ଜଗତର ବାଦଶାହ ବୋଲି କୁହାଯାଏ । 'କମେଡି ନାଇଟ୍ ୱିଥ୍ କପିଲ୍' ଏବଂ 'ଦ କପିଲ୍ ଶର୍ମା ସୋ'ରେ ଉଭୟଙ୍କ କମେଡି ଦର୍ଶକଙ୍କୁ ବେଶ୍ ମତୁଆଲା କରିଥାଏ । ଉଭୟଙ୍କ ଯୋଡ଼ି ଟେଲିଭିଜନ ଜଗତରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ଜଣେ କମେଡି କିଙ୍ଗ୍, ତ ଆଉ ଜଣେ 'ଗୁଥୀ', ରିଙ୍କୁ ଭାବୀ, ଏବଂ ଡାକ୍ତର ଗୁଲାଟି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣିଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା ଯାହା ପରେ ଏହି ଯୋଡିକୁ ଆଜି ପର୍ଯ୍ୟନ୍ତ ଏକାଠି କୌଣସି ସୋ'ରେ ଦେଖିବା ପାଇଁ ମିଳିନାହିଁ ।
୨୦୧୮ରେ ସୁନୀଲ ଗ୍ରୋଭର ହଠାତ୍ 'ଦ କପିଲ ଶର୍ମା ସୋ' ଛାଡିଥିଲେ । ବିମାନରେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଖବର ଏହା ମଧ୍ୟ ରହିଥିଲା ଯେ ଏହି ଝଗଡା ସମୟରେ କପିଲ୍ ରାଗରେ ସୁନୀଲଙ୍କ ଉପରକୁ ହାତ ମଧ୍ୟ ଉଠାଇଥିଲେ । ଯାହା ପରେ ହାସ୍ୟ ଅଭିନେତା କପିଲଙ୍କ ଶୋ'ଛାଡିବାର ନିଷ୍ପତ୍ତି ନେଇଥିଲେ ।
ଏତେ ବର୍ଷ ପରେ ଅଭିନେତା କପିଲ୍ ଏହି କଥାକୁ ସ୍ୱିକାର କରିଛନ୍ତି । ସେ କହିଛନ୍ତି ପ୍ରକୃତରେ ସେଦିନ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପିଙ୍କଭିଲ୍ଲା ସହ କଥା ହେବା ସମୟରେ କପିଲ କହିଛନ୍ତି, ସୁନୀଲ ଏବଂ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କାରଣରୁ ପୂର୍ବରୁ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ।
କପିଲ ଶର୍ମା କହିଛନ୍ତି, 'ମୁଁ କେବେ ଅସୁରକ୍ଷିତ ମନେ କରି ନାହିଁ ହେଲେ ମୁଁ ଯେଉଁ ମାନଙ୍କୁ ପସନ୍ଦ କରେ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦିଏ । ମୁଁ ରାଗି... ନିଜ କ୍ରୋଧକୁ କଣ୍ଟ୍ରୋଲ କରିପାରେ ନାହିଁ ହେଲେ ବର୍ତ୍ତମାନ ମୁଁ ବଦଳିଯାଇଛି । କପିଲ ଆହୁରି କହିଛନ୍ତି, ଲୋକେ ମୋତେ ଅହଂକାରୀ ବୋଲି ଭାବନ୍ତି । ହେଲେ ମୋତେ ଏ ସବୁ କେବେ ଖରାପ ଲାଗି ନାହିଁ । ବର୍ତ୍ତମାନ ସୁନୀଲ ଏବଂ ମୋ ମଧ୍ୟରେ ସମ୍ପର୍କ ଭଲ ଅଛି ।












Click it and Unblock the Notifications