ବାହୁବଳୀ ୨କୁ ପଛରେ ପକାଇଲା କନ୍ନଡ଼ ଫିଲ୍ମ 'କାନ୍ତରା', ପଞ୍ଚମ ସପ୍ତାହରେ କଲା ଏତିକି ଆୟ
ବାହୁବଳୀ ୨କୁ ପଛରେ ପକାଇଲା କନ୍ନଡ଼ ଫିଲ୍ମ 'କାନ୍ତରା', ପଞ୍ଚମ ସପ୍ତାହରେ କଲା ଏତିକି ଆୟ
ମୁମ୍ବାଇ: ବକ୍ସ ଅଫିସରେ କନ୍ନଡ଼ ଫିଲ୍ମ 'କାନ୍ତରା'ର ଅତ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି । ଏହି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'Kantara' ରିଲିଜର ପଞ୍ଚମ ସପ୍ତାହ ଶେଷରେ ପ୍ରାୟ ୩୬ କୋଟି ସଂଗ୍ରହ କରିଛି । ଯାହା ଗତ ସପ୍ତାହ ତୁଳନାରେ ୧୪ ପ୍ରତିଶତ ଅଧିକ । 'Kantara' ସଂଗ୍ରହରେ ବୃଦ୍ଧି ଡବଡ୍ ସଂସ୍କରଣ ହେତୁ ହୋଇପାରିଛି । ଯଦି 'କାନ୍ତରା' ଓ 'ବାହୁବଳୀ ୨' ର ପଞ୍ଚମ ସପ୍ତାହର ଆୟକୁ ତୁଳନା କରାଯାଏ ତେବେ ଫିଲ୍ମ 'Kantara' ୫୫ ପ୍ରତିଶତ ବ୍ୟବଧାନରେ ଆଗରେ ରହିଛି । ରିପୋର୍ଟ ଅନୁସାରେ ବାହୁବଳୀ ୨ର ପଞ୍ଚମ ସପ୍ତାହର ଆୟ ୧୩.୨୦ କୋଟି ଥିବା ବେଳେ 'କାନ୍ତରା'ର ଆୟ ୩୬ କୋଟି ରହିଛି ।
ରେକର୍ଡ ଭାଙ୍ଗିବାରେ ଲାଗିଛି 'Kantara'
ସାଧାରଣତଃ, ଫିଲ୍ମ ରିଲିଜ ସପ୍ତାହରେ ରେକର୍ଡ ଭାଙ୍ଗିବା ସହଜ ହୋଇଥାଏ ହେଲେ ଲଗାତାର ପାଞ୍ଚ ସପ୍ତାହ କୌଣସି ଫିଲ୍ମ ପାଇଁ ରେକର୍ଡ ଭାଙ୍ଗିବା ସହଜ ହୋଇ ନଥାଏ । 'ବାହୁବଳୀ ୨' ଅନେକ ରେକର୍ଡ ସ୍ଥାପନ କରିଥିଲା କିନ୍ତୁ ବର୍ତ୍ତମାନ 'Kantara' ଧୀରେ ଧୀରେ ସବୁ ରେକର୍ଡ ଭାଙ୍ଗୁଛି । ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ 'Kantara' ଚତୁର୍ଥ ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ଚଳଚ୍ଚିତ୍ରର ସଫଳତାକୁ ଦେଖି ଲାଗୁଛି ଆଗାମୀ ଦିନରେ 'Kantara' ଅନେକ ଫିଲ୍ମର ସାପ୍ତାହିକ ରେକର୍ଡକୁ ବ୍ରେକ୍ କରିପାରେ ।
ଭାରତୀୟ ବକ୍ସ ଅଫିସରେ 'Kantara' ଆୟ
ପ୍ରଥମ ସପ୍ତାହ - ୨୬.୭୫ କୋଟି
ଦ୍ୱିତୀୟ ସପ୍ତାହ - ୩୭.୨୫ କୋଟି
ତୃତୀୟ ସପ୍ତାହ - ୭୫ କୋଟି
ଚତୁର୍ଥ ସପ୍ତାହ - ୭୦.୭୫ କୋଟି
ପଞ୍ଚମ ସପ୍ତାହ ଶୁକ୍ରବାର - ୮.୨୫ କୋଟି
ପଞ୍ଚମ ସପ୍ତାହ ଶନିବାର - ୧୩ କୋଟି
ପଞ୍ଚମ ସପ୍ତାହ ରବିବାର - ୧୪.୫୦ କୋଟି
ମୋଟ - ୨୪୫.୫୦ କୋଟି

କର୍ଣ୍ଣାଟକ - ୧୪୦ କୋଟି ଟଙ୍କା
AP / TS - ୪୦.୫୦ କୋଟି ଟଙ୍କା
ତାମିଲନାଡୁ - ୫.୭୫ କୋଟି ଟଙ୍କା
କେରଳ - ୮.୨୫ କୋଟି ଟଙ୍କା
ଉତ୍ତର ଭାରତ - ୫୧ କୋଟି ଟଙ୍କା
କନ୍ନଡ ଭାଷାରେ ନିର୍ମିତ ଚଳଚ୍ଚିତ୍ର 'Kantara' ୩୦ ସେପ୍ଟେମ୍ବର ୨୦୨୨ ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଆୟ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଫିଲ୍ମର ସଫଳତାକୁ ନଜରରେ ରଖି ନିର୍ମାତାମାନେ ୧୪ ଅକ୍ଟୋବରରେ ହିନ୍ଦୀ ଭାଷାରେ ଏହି ଫିଲ୍ମକୁ ରଲିଜ୍ କରିଥିଲେ । ତେବେ ଏହା ୧୮୦୦ ମସିହାର ଏକ ରାଜାଙ୍କ କହାଣୀ ଯିଏ ଧନୀ ହୋଇ ମଧ୍ୟ ଶାନ୍ତିର ସନ୍ଧାନରେ ବାହାରି ପଡିଛନ୍ତି ଏହାକୁ ନେଇ ଫିଲ୍ମର କାହଣୀ ଗତିଶିଳ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications