ଓଟିଟିରେ ଜଲୱା ଦେଖାଇବ 'କାନ୍ତରା' ଚଳଚ୍ଚିତ୍ର
ଓଟିଟିରେ ଜଲୱା ଦେଖାଇବ 'କାନ୍ତରା' ଚଳଚ୍ଚିତ୍ର । ଆମାଜନ ପ୍ରାଇମରେ ପୁଣି ଦର୍ଶକଙ୍କ ମନ ଜିତିବ ଏହି ଲୋକପ୍ରିୟ ଚଳଚ୍ଚିତ୍ର।
ମୁମ୍ବାଇ: ଋଷଭ ଶେଟ୍ଟୀ ନିର୍ଦ୍ଦେଶିତ ଫିଲ୍ମ କାନ୍ତାରା ଏବେ ବି ବକ୍ସ ଅଫିସରେ ଧମାଲ ମଚାଉଛି । ସାରା ଦେଶରେ ଅନେକ ଲୋକପ୍ରିୟତା ହାସଲ କରିବା ପରେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ଆପଣ ଆମାଜନ ପ୍ରାଇମରେ ଏହି ଫିଲ୍ମ ବରାହ ରୂପମର ନୂଆ ଭର୍ସନ ସହିତ ଦେଖି ପାରିବେ ।

ଏହି ଫିଲ୍ମଟିକୁ ଖୁବ କମ ସମୟରେ ଅନେକ ଲୋକ ପସନ୍ଦ କରିଛନ୍ତି । ଏହି ଫିଲ୍ମଟି କନ୍ନଡ, ତେଲୁଗୁ, ତାମିଲ ଏବଂ ମାଲାୟଲମ ଭାଷାରେ ରିଲିଜ ହୋଇଛି । ଆଜି 240ଟି ଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ସୂଚନା ରହିଛି । ହମ୍ବଲ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ବିଷୟବସ୍ତୁ ଏବଂ ଅଭିନୟ ଲୋକଙ୍କ ହୃଦୟ ଜିତି ପାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମଟି 402 କୋଟି ଟଙ୍କା ରୋଜଗାର କରି ସାରିଛି । ସେଥିମଧ୍ୟରୁ ଭାରତୀୟ ବକ୍ସ ଅଫିସରେ ତିନି କୋଟି ରୋଜଗାର କରିଥିବା ବେଳେ କନ୍ନଡ ଭାଷା ଅଞ୍ଚଳରେ 160.29 କୋଟି କମାଇଥିବା ବେଳେ ହିନ୍ଦି ଭାଷା ଥିବା ଅଞ୍ଚଳରେ ମୋଟ 81.99 କୋଟି ରୋଜଗାର କରିଛି ।
ଅକ୍ଟୋବର 25, 2022 ରେ କେରଳ ସ୍ଥିତ ମ୍ୟୁଜିକ୍ ବ୍ୟାଣ୍ଡ ଥାଇକ୍କୁଡାମ୍ ବ୍ରିଜ୍ ନିର୍ମାତାମାନଙ୍କୁ କପିରାଇଟ୍ ଉଲ୍ଲଂଘନ ଏବଂ ଚୋରି ଅଭିଯୋଗ କରିବା ପରେ କାନ୍ତାରା ନିକଟରେ ଏକ ବିବାଦ ଘେରରେ ଆସିଥିଲା। ମ୍ୟୁଜିକ ବ୍ୟାଣ୍ଡ ଦାବି କରିଛନ୍ତି ଯେ 'ବରାହା ରୂପମ' ସେମାନଙ୍କର 2007 ଟ୍ରାକ୍ 'ନବରସମ୍'ର ଏକ ଅଂଶ ।












Click it and Unblock the Notifications