ସୁପରଷ୍ଟାରଙ୍କ ସୁପରହିଟ୍ ଫିଲ୍ମ 'Kantara', ଏବେ ବି କରୁଛି ଜବରଦସ୍ତ ଆୟ
ସୁପରଷ୍ଟାରଙ୍କ ସୁପରହିଟ୍ ଫିଲ୍ମ 'Kantara', ଏବେ କରୁଛି ଜବରଦସ୍ତ ଆୟ
ମୁମ୍ବାଇ: ସୁପରଷ୍ଟାରଙ୍କ ସୁପରହିଟ୍ ଫିଲ୍ମ 'Kantara' । ପୌରାଣିକ କାହଣୀ ସାଙ୍ଗକୁ ଜବରଦସ୍ତ ଅଭିନୟ ଏବଂ ମେକଅପ୍ ଦେଇଥିଲା ଫିଲ୍ମକୁ ଏକ ନୂଆ ପରିଚୟ । ଦର୍ଶକଙ୍କୁ ଇମପ୍ରେସ କରିଥିଲା ଫିଲ୍ମର କାହାଣୀ । ଭାଙ୍ଗିଥିଲା ବଡ଼ ବଡ଼ ଫିଲ୍ମର ବକ୍ସଅଫିସ୍ ରେକର୍ଡ ଏବଂ ସାମିଲ୍ ହୋଇଥିଲା ବ୍ଲକବଷ୍ଟର ଫିଲ୍ମ ଲିଷ୍ଟରେ । ଚଳଚ୍ଚିତ୍ର 'Kantara' କେବେଳ ସାଉଥ୍ କି ଭାରତରେ ହିଁ ନୁହେଁ ବିଦେଶରେ ମଧ୍ୟ ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ସିନେମାର ରୋଜଗାରର ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଉଛି । ଏଥି ସହିତ, ବର୍ତ୍ତମାନ ଏହି ଚଳଚ୍ଚିତ୍ର ୟଶ ଷ୍ଟାରର 'କେଜିଏଫ୍- 2' ର ବଡ଼ ରେକର୍ଡ ଭାଙ୍ଗିବା ମଧ୍ୟ ପ୍ରସ୍ତୁତ ଅଛି ।

୧୪ ଅକ୍ଟୋବରରେ ଋଷଭ ଶେଟ୍ଟୀଙ୍କ ଅଭିନିତ 'କନ୍ତାରା' ହିନ୍ଦୀ ସଂସ୍କରଣରେ ମୁକ୍ତିଲାଭ କରିଥିଲା । କେବଳ ୧୫-୨୦ କୋଟି ବଜେଟ୍ ମଧ୍ୟରେ ପ୍ରସ୍ତୁତ 'କନ୍ତାରା' ବକ୍ସ ଅଫିସରେ ପ୍ରଥମେ ଭଲ ଆୟ କରି ନଥିଲା । କିନ୍ତୁ ପ୍ରଥମ ସପ୍ତାହ ଶେଷ ହେବା ପରେ ଫିଲ୍ମର ଆୟ ବଢିଥିଲା । ତେବେ ୩୦ ଦିନ ପରେ ମଧ୍ୟ ଚଳଚ୍ଚିତ୍ର 'କନ୍ତାରା' ପ୍ରେକ୍ଷାଳୟରେ ଚମତ୍କାର ପ୍ରଦର୍ଶନ କରୁଛି ।
ସୋମବାର, ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ 'କନ୍ତାରା'ର ହିନ୍ଦୀ ସଂସ୍କରଣରେ ବକ୍ସ ଅଫିସ୍ ସଂଗ୍ରହ ଆକଳନ ବିଷୟରେ ସୂଚନା ଦେଇଛନ୍ତି । ତରନଙ୍କ ସୂଚନା ଅନୁଯାୟୀ, 'କନ୍ତାରା' ୭୫ କୋଟି ଆୟ କରିଛି । ଗତ ରବିବାର ଦିନ ଏହି ଫିଲ୍ମ ୨.୭୦ କୋଟି ରୋଜଗାର କରିଛି । ଯେଉଁଥିପାଇଁ ବର୍ତ୍ତମାନ ହିନ୍ଦୀ ବେଲ୍ଟରେ ଫିଲ୍ମ 'କନ୍ତାରା'ର ମୋଟ୍ ବକ୍ସ ଅଫିସ୍ ଆୟ ୭୫ କୋଟିରେ ପର୍ଯ୍ୟନ୍ତ ପହଞ୍ଚିଛି ।
ଚଳଚ୍ଚିତ୍ର 'କନ୍ତାରା' ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ 'କେଜିଏଫ୍- 2' ର ବଡ ରେକର୍ଡ ଭାଙ୍ଗିବାକୁ ଯାଉଛି । ବାସ୍ତବରେ ୟଶ ଷ୍ଟାରର KGF-2 କର୍ଣ୍ଣାଟକ ରାଜ୍ୟରେ ୧୫୫ କୋଟି ବ୍ୟବସାୟ କରିଥିଲା । ଅନ୍ୟପକ୍ଷରେ, ଋଷବ ଶେଟ୍ଟୀଙ୍କ ଫିଲ୍ମ କନ୍ତାରା ଏହି ରାଜ୍ୟରେ ଶନିବାର ପର୍ଯ୍ୟନ୍ତ ୧୫୨.୯୦ କୋଟି ସଂଗ୍ରହ କରିଛି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରବିବାରର ଆକଳନ ଆସିବା ପୂର୍ବରୁ ଏହା କୁହାଯାଇପାରେ ଯେ ନିଶ୍ଚିତ ଭାବରେ 'କନ୍ତାରା' କେଜିଏଫ୍ -2 ର ରେକର୍ଡ ଭାଙ୍ଗିବା ପାଇଁ ଯାଉଛି ।












Click it and Unblock the Notifications