Get Updates
Get notified of breaking news, exclusive insights, and must-see stories!

ହଲରେ ଧମାଲ କରୁଛି ‘କାନ୍ତାରା ଚାପ୍ଟର-୧’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ପ୍ରଥମ ଚଳଚ୍ଚିତ୍ର ଭଳି ଏହା ମଧ୍ୟ ଇତିହାସ, ପୁରାଣ ଓ କାଳ୍ପନିକ ଗାଥାର ସମ୍ମିଶ୍ରଣ। ଏଥିରେ ଶକ୍ତି, ସଂଘର୍ଷ, ପ୍ରତିରୋଧ, ବିଶ୍ବାସଘାତକତା ଭଳି ବିଷୟଗୁଡ଼ିକର ଅବତାରଣା କରାଯାଇଛି। ଏହାର ଏକ ପ୍ରଶଂସନୀୟ ଦିଗ ହେଲା ନିର୍ମାତା ତଥା ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ ଏହି ନୂଆ ଚଳଚ୍ଚିତ୍ର ଜରିଆରେ ଏକ ଅରଖ ନୂଆ କାହାଣୀ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ବିଶେଷ କରି ଏହାର ଆକ୍ସନ ଦୃଶ୍ୟଗୁଡ଼ିକ ଦର୍ଶକମାନଙ୍କୁ ଖୁବ୍ ଆମୋଦିତ କରୁଛି।

କାନ୍ତାରା ନାମକ ରହସ୍ୟମୟ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥାନ କରୁଥିବା ଆଦିବାସୀ ସଂପ୍ରଦାୟ ଏହି କାହାଣୀର କେନ୍ଦ୍ରରେ ଅଛି। ଏହି ସଂପ୍ରଦାୟ ପ୍ରକୃତି ସହିତ ଓତପ୍ରୋତ ଭାବେ ଜଡ଼ିତ। ନାୟକ ବର୍ମେ (ଋଷଭ ଶେଟ୍ଟୀ) କାନ୍ତାରା ଜଙ୍ଗଲରେ ବଡ଼ ହେବା ପରେ ପ୍ରଥମ ଥର ପାଇଁ ଜଙ୍ଗଲରୁ ବାହାରି ବାଗ୍ରା ବନ୍ଦରକୁ ଯାଉଛି। ତେବେ ସେଠାରେ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ପକ୍ଷରୁ ତାକୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ଜଙ୍ଗଲ ସହିତ ଘନିଷ୍ଠ ସମ୍ପର୍କ ଯୋଗୁଁ ଚମତ୍କାର ଢଙ୍ଗରେ ଏକ ବାଘ ତାକୁ ବିପଦରୁ ରକ୍ଷା କରୁଛି।

kantara

ଏହା ଜରିଆରେ ପ୍ରକୃତି ପ୍ରଦାନ କରୁଥିବା ସୁରକ୍ଷା ସମ୍ପର୍କରେ ଦର୍ଶକଙ୍କୁ ବାର୍ତ୍ତା ମିଳିଥାଏ। ସିନେମାର ଦ୍ବିତୀୟାର୍ଦ୍ଧରେ ବର୍ମେ ପୁଣି ଥରେ ବାଗ୍ରା ଫେରୁଛି ଯେଉଁଠାରେ ଘମାଘୋଟ ଲଢ଼େଇର ସୂତ୍ରପାତ ହେଉଛି। କ୍ରମେ ବାଗ୍ରାର ରାଜା କାନ୍ତାରାର ଅଧିବାସୀଙ୍କୁ ଗଣହତ୍ୟା କରି ଜଙ୍ଗଲ ଜମିକୁ ହଡ଼ପ କରିନେବା ଉଦ୍ଦେଶ୍ୟରେ ଆକ୍ରମଣ ଆରମ୍ଭ କରିଦେଉଛି କିନ୍ତୁ ବର୍ମେ ତା' ସଂପ୍ରଦାୟ ଓ ଜଙ୍ଗଲର ସୁରକ୍ଷା ପାଇଁ ଆପ୍ରାଣ ଲଢ଼େଇ କରୁଛି।

ଋଷଭଙ୍କ ସମେତ ଜୟରାମ, ରୁକ୍ମିଣୀ ବସନ୍ତ, ରାକେଶ ପୂଜାରି, ଗୁଲସନ ଦେବୟା ପ୍ରମୁଖ ଏଥିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ପ୍ରଭାବଶାଳୀ ଅଭିନୟ ପ୍ରଦର୍ଶନ କରିଛନ୍ତି। ସ୍ମରଣଯୋଗ୍ୟ ଯେ କାନ୍ତାରା (୨୦୨୨) ପାଇଁ ଋଷଭ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଏହି ଚଳଚ୍ଚିତ୍ରର ଦୁଇଟି ଗୀତ ଓ ପୃଷ୍ଠଭୂମି ସଂଗୀତର ନିର୍ଦେଶନା ଦେଇଛନ୍ତି ବି. ଅଜନୀଶ ଲୋକନାଥ, ଯିଏ କାନ୍ତାରା ସିନେମାର ମଧ୍ୟ ସଂଗୀତ ନିର୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ମୂଳତଃ କନ୍ନଡ଼ ଭାଷାରେ ନିର୍ମିତ ହୋଇଥିଲେ ହେଁ, ଏକାସମୟରେ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଏହା ଭାରତରେ ୬୦ କୋଟି ଟଙ୍କା ଆୟ କରି ଏ ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ରର ମର୍ଯ୍ୟାଦା ହାସଲ କରିସାରିଲାଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+