Get Updates
Get notified of breaking news, exclusive insights, and must-see stories!

ଟ୍ରେଣ୍ତରେ କରୁଛି ଫିଲ୍ମ 'କାନ୍ତରା', ହିନ୍ଦୀ ରିମେକ୍ ପାଇଁ ଆଗ୍ରହୀ ନୁହଁନ୍ତି ଋଷବ ଶେଟ୍ଟି

ଟ୍ରେଣ୍ତରେ କରୁଛି ଫିଲ୍ମ 'କାନ୍ତରା', ହିନ୍ଦୀ ରିମେକ୍ ପାଇଁ ଆଗ୍ରହୀ ନୁହଁନ୍ତି ଋଷବ ଶେଟ୍ଟି

ମୁମ୍ବାଇ: ଆଜିକାଲି ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ର ବଲିଉଡ ଫିଲ୍ମକୁ କଡା ଟକ୍କର୍ ଦେଉଛି । ହିନ୍ଦୀ ଫିଲ୍ମକୁ ପଛରେ ପକାଇ ଏବେ ଟ୍ରେଣ୍ତରେ ରହୁଛି ସାଉଥ୍ ଫିଲ୍ମ ଏବଂ ଏହାର ଏକ ବଡ ଉଦାହରଣ ହେଉଛି ଚଳଚ୍ଚିତ୍ର 'କାନ୍ତରା' । ଋଷବ ଶେଟ୍ଟିଙ୍କ ଫିଲ୍ମ ବକ୍ସ ଅଫିସର ଆୟ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରି ଚାଲିଛି । ଚଳଚ୍ଚିତ୍ର 'କାନ୍ତରା'କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳୁଛି । 'କେଜିଏଫ୍' ପରେ, 'କାନ୍ତରା' ଏପରି ଏକ ଚଳଚ୍ଚିତ୍ର ଯାହାର ହିନ୍ଦୀ ଡବ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଅଭିନେତା ତଥା ନିର୍ଦ୍ଦେଶକ ଋଷବ ଶେଟ୍ଟିଙ୍କ ନିପୁଣ ଅଭିନୟ ଲୋକମାନଙ୍କୁ ମତୁଆଲା କରୁଛି । ଏହି ଚଳଚ୍ଚିତ୍ର ରିଲିଜର ତୃତୀୟ ସପ୍ତାହ ପରେ ମଧ୍ୟ ଥିଏଟର ଫୁଲ ରହୁଛି ।

Kantara

ବକ୍ସ ଅଫିସରେ 'କାନ୍ତରା' ଆୟ
ରିପୋର୍ଟ ଅନୁସାରେ ଭାରତୀୟ ବକ୍ସ ଅଫିସରେ 'କାନ୍ତରା'ର ୧୯ ତମ ଦିନର ଆୟ ୨.୩୦ କୋଟି ଥିଲା । ଏହି ସପ୍ତାହର ଆୟ ଉପରେ ନଜର ପକାଇଲେ ଶୁକ୍ରବାର ୨.୭୫ କୋଟି, ଶନିବାର ୪.୧୯ କୋଟି, ରବିବାର ୪.୪୦ କୋଟି, ସୋମବାର ୨.୩୦ କୋଟି, ମଙ୍ଗଳବାର ୨.୩୦ କୋଟି । ଅର୍ଥାତ୍ ତୃତୀୟ ସପ୍ତାହର ଆୟ ପ୍ରାୟ ୪୭.୫୫ କୋଟି ରହିଛି । ଚଳଚ୍ଚିତ୍ରକୁ ଯେପରି ଭାବେ ଦର୍ଶକଙ୍କର ଭଲ ପାଇବା ମିଳୁଛି ତାହା ଦେଖି ଲାଗୁଛି ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନେକ ବଲିଉଡ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିପାରେ ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ଋଷବ ଶେଟ୍ଟି । ଫିଲ୍ମର ସଫଳତା ତାଙ୍କ ଖୁସିକୁ ଦ୍ୱିଗୁଣ ବଢାଇ ଦେଇଛି । କିନ୍ତୁ କିଛି ଦିନ ପୂର୍ବରୁ ଫିଲ୍ମର ହିନ୍ଦୀ ରିମେକ୍ ବିଷୟରେ ପଚାରିବାରୁ ସେ ହିନ୍ଦୀ ରିମେକ୍ ପାଇଁ ଆଗ୍ରହୀ ନୁହଁନ୍ତି ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+