ଉଦ୍ଧାର ହେଲା ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦଙ୍କର ଗଳିତ ମୃତଦେହ
ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ଆଉ ନାହାଁନ୍ତି। ଏହି ନିର୍ମାତା ଜଣକ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ କର୍ଣ୍ଣାଟକର ତାଙ୍କ ଘରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସହରର ଉପକଣ୍ଠରେ ଥିବା ଏକ ଘରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
ମଦନୟାକନାହଲ୍ଲୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବେଙ୍ଗାଲୁରୁ ଗ୍ରାମୀଣ ଏସପି ସି.କେ ବାବା କହିଛନ୍ତି, 'ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ତାଙ୍କ ଚଳଚ୍ଚିତ୍ର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗତ କିଛିଦିନ ହେବ ଚିନ୍ତିତ ଥିଲେ ବୋଲି କୁହାଯାଉଛି। ସେ ଆର୍ଥିକ ଚାପରେ ଥିଲେ ବୋଲି ମଧ୍ୟ ଆମେ ଶୁଣୁଛୁ। ପାଞ୍ଚ-ଛଅ ଦିନ ପୂର୍ବରୁ ସେ ଏହି ଘରକୁ ଆସିଥିବା ପଡୋଶୀମାନେ ଦେଖିଥିଲେ। ଏହା ପରଠାରୁ ସେ ଆଉ ବାହାରକୁ ବାହାରି ନାହାନ୍ତି। ତେଣୁ ସେ ପାଞ୍ଚ-ଛଅ ଦିନ ପୂର୍ବରୁ ହିଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।'

ଚନା ଅନୁସାରେ, ଘରୁ ଦୁର୍ଗନ୍ଧ ଆସିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ମୃତଦେହ ଏକ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ଏସପି କହିଛନ୍ତି। ଗୁରୁପ୍ରସାଦ ମାତା, ୟେଡେଲୁ ମଞ୍ଜୁନାଥ ଭଳି ବହୁ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ସାଉଁଟିଥିଲେ।












Click it and Unblock the Notifications