ସାଉଥ୍ ଅଭିନେତା ପୁନିଥ୍ ରାଜକୁମାରଙ୍କ ଦେହାନ୍ତ
ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନିଥ୍ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନିଥ୍ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।

ଏନେଇ ଭେଙ୍କଟେଶ ଲେଖିଛନ୍ତି କି "ଏହା କହିବାକୁ ଦୁଃଖ ଲାଗୁଛି କି ଅଭିନେତା ପୁନୀଥ୍ ରାଜକୁମାର ଆଉ ଦୁନିଆରେ ନାହାଁନ୍ତି, ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି" ସୂଚନା ଥାଉକି ପୁନୀଥ ପ୍ରସିଦ୍ଧ ଅଭିନେତା ରାଜକୁମାର ଓ ପ୍ରଭାଥମ୍ମାଙ୍କ ପୁଅ ଥିଲେ । ସେ ୨୯ ଟି ରୁ ଅଧିକ କନ୍ନଡ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।
ମିଳିଥିବା ସୂଚନାନୁସାରେ ଜିମ୍ରେ ୱାର୍କଆଉଟ୍ କଲା ବେଳେ ହଠାତ୍ ପୁନିଥ୍ ରାଜକୁମାର ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର।












Click it and Unblock the Notifications