କଞ୍ଜୱାଲା ଦୁର୍ଘଟଣା ମାମଲା: ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଲେ ଶାହାରୁଖ ଖାନ
କଞ୍ଜୱାଲା ଦୁର୍ଘଟଣା ମାମଲା: ଅଞ୍ଜଳିଙ୍କ ପରିବାରକୁ ସାହାର୍ଯ୍ୟ କଲେ ଶାହାରୁଖ ଖାନ
ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ କେବଳ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ମଧ୍ୟ ବେଶ୍ ଜଣାଶୁଣା । ବର୍ତ୍ତମାନ ତାଙ୍କ ଏନଜିଓ Meer Foundation ଅଞ୍ଜଳି ସିଂଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛି । ନୂଆ ବର୍ଷ ଦିନ ଅଞ୍ଜଳି ନିଜ ବନ୍ଧୁଙ୍କ ସହ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । କାରଟି ତାଙ୍କୁ ଧକ୍କା ଦେଇଥିବା ଫଳରେ ତାଙ୍କର ଗୋଡ କାରର ଚକରେ ଲାଗିଯାଇଥିଲା ଏବଂ ସେ ଘୋଷାଡି ହୋଇ ଟାଣି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ, ଏହି ଘଟଣା ପରେ ଶାହାରୁଖ ଖାନଙ୍କ ଏନଜିଓ ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ।

ଶାହରୁଖ ଖାନ ନିଜ ଆଗାମୀ ଚଳଚ୍ଚିତ୍ର 'ପଠାନ' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୨ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ଯାଉଛି । ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ନଜର ଆସିବେ। ଏହା ବ୍ୟତୀତ 'ଜୱାନ' ଏବଂ 'ଡଙ୍କି' ଭଳି ଚଳଚ୍ଚିତ୍ର ମଧ୍ୟ ରିଲିଜ ଅପେକ୍ଷାରେ ।












Click it and Unblock the Notifications