ତିରୁପତି ବାଲାଜୀଙ୍କ ଦର୍ଶନ କଲେ କଙ୍ଗନା
ଆଗାମୀ ଚଳଚ୍ଚିତ୍ର 'ଧାକଡ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି କଙ୍ଗନା। ସେ ବିଭିନ୍ନ ରାଜ୍ୟରେ ଏହି ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି। ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ ତିରୁପତିରେ ପହଞ୍ଚି ଦର୍ଶନ କରିଛନ୍ତି କୁଇନ ।
ମୁମ୍ବାଇ: ଆଗାମୀ ଚଳଚ୍ଚିତ୍ର 'ଧାକଡ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି କଙ୍ଗନା। ସେ ବିଭିନ୍ନ ରାଜ୍ୟରେ ଏହି ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି। ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ ତିରୁପତିରେ ପହଞ୍ଚି ଦର୍ଶନ କରିଛନ୍ତି କୁଇନ । ଫିଲ୍ମର ନିର୍ମାତା ଦୀପକ ମୁକୁଟ ଏବଂ ତାଙ୍କ ପତ୍ନୀ କୃଷ୍ଣ ମୁକୁଟ ମଧ୍ୟ ଅଭିନେତ୍ରୀଙ୍କ ସହ ତିରୁପତି ଯାତ୍ରା କରିଛନ୍ତି । ।

କଙ୍ଗନା ସୋମବାର ନିଜ ଇନଷ୍ଟାଗ୍ରାମରେ ମନ୍ଦିରରେ ଉଠାଇଥିବା ଫଟୋଗୁଡ଼ିକୁ ସେୟାର କରିଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ଆଜିର ଏହି ଶୁଭ ପୂର୍ଣ୍ଣିମା ଦିନରେ ମୋ ଚଳଚ୍ଚିତ୍ର 'ଧାକଡ'ର ନିର୍ମାତା ଦୀପକ ମୁକୁଟ ଜୀ, ତାଙ୍କ ପତ୍ନୀ କୃଷ୍ଣ ମୁକୁଟ ଏବଂ ଦଳର ଅନ୍ୟ କେତେକ ସଦସ୍ୟ ତିରୁପତି ବାଲାଜୀଙ୍କର ଦର୍ଶନ କଲୁ। କଙ୍ଗନା କ୍ୟାପସନରେ ଆହୁରି ଲେଖିଛନ୍ତି, 'ଆମ ଶ୍ରୀ ବିଷ୍ଣୁ ମଞ୍ଚୁ ଏବଂ ଶ୍ରୀ ଏ.ଭି ଧର୍ମ ରେଡ୍ଡୀ ଜୀଙ୍କ ପାଇଁ ଆମେ ବହୁତ କୃତଜ୍ଞ, ସେମାନଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଲା । ଦିବ୍ୟ ଦର୍ଶନ ପରେ ଧନ୍ୟ ଅନୁଭବ କରୁଛି ।
କଙ୍ଗନା ରଣାୱତଙ୍କ ଚଳଚ୍ଚିତ୍ର 'ଧାକଡ' 2022 ମସିହା ମେ 20 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ।












Click it and Unblock the Notifications