Get Updates
Get notified of breaking news, exclusive insights, and must-see stories!

ପଞ୍ଜାବରେ କଙ୍ଗନାଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ବିରୋଧ, ରାଜ୍ୟରେ ହେଲା ନାହିଁ ରିଲିଜ୍

Kangana's Film 'Emergency': ପଞ୍ଜାବରେ କଙ୍ଗନାଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ବିରୋଧ । ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଓ ଅନ୍ୟ ଶିଖ୍ ସଂଗଠନଗୁଡିକ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଶୁକ୍ରବାର ଦିନ ଫିଲ୍ମ 'ଏମର୍ଜେନ୍ସି' ପଞ୍ଜାବର କୌଣସିବି ସିନେମା ହଲରେ ପ୍ରଦର୍ଶିତ ହୋଇ ନାହିଁ । ଏହି ଫିଲ୍ମକୁ ରାଜ୍ୟରେ ବେଆଇନ୍ ଘୋଷଣା କରିବା ପାଇଁ ମଧ୍ୟ ଦାବି କରାଯାଉଛି ।

Emergency

ଫିଲ୍ମ ରିଲିଜ୍ ହେବା ଦିନ ଗୁରୁଦ୍ୱାରାଗୁଡିକର ସଂଗଠନ ଏବଂ ବିଭିନ୍ନ ଶିଖ୍ ସଂଗଠନ ସିନେମାକୁ ବିରୋଧ କରିବା ସହ ସାରା ରାଜ୍ୟ ସିନେମାହଲ୍ , ମଲ୍ଟିପ୍ଲେକ୍ସ ଏବଂ ମଲ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଏହି ଫିଲ୍ମକୁ ପଞ୍ଜାବର ବ୍ୟାନ୍ କରାଯିବା ଦାବିର ନିନ୍ଦା କରିଛନ୍ତି କଙ୍ଗନା ସେ କହିଛନ୍ତି ଏହା କଳାକାରଣଙ୍କ ପ୍ରତି ଅପମାନ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହି ଫିଲ୍ମକୁ କଙ୍ଗନା ନିର୍ଦ୍ଦେଶନା ଓ ନିର୍ମାଣ ମଧ୍ୟ କରିଛନ୍ତି ।

ଫିଲ୍ମ 'ଏମର୍ଜେନ୍ସି' ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଭାରତରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଆଧାରରେ ନିର୍ମିତ । ଏଥିରେ ଅଭିନେତ୍ରୀ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀଙ୍କୁ ସୁନ୍ଦର ଅଭିନୟ ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

ଶୁକ୍ରବାର ଦିନ ଏହି ସିନେମା ରିଲିଜ୍ ହୋଇଛି ହେଲେ ପଞ୍ଜାବର ଅନେକ ସ୍ଥାନରେ ଏହା ରିଲିଜ୍ ହୋଇପାରି ନାହିଁ । ଯେପରିକି ଲୁଧିଆନା, ଅମୃତସର, ପଟିଆଲା, ଜଳନ୍ଧର, ହୋଶିଆରପୁର ଏବଂ ବଠିଣ୍ଡାରରେ କଙ୍ଗନାଙ୍କ ଫିଲ୍ମର ସ୍କ୍ରିନିଂ ହୋଇ ନାହିଁ । ଅମୃତସରରେ ବହୁସଂଖ୍ୟାରେ ମହିଳା ପୁରୁଷ କଳାପତାକା ଏବଂ ଏମର୍ଜେନ୍ସିକୁ ବ୍ୟାନ୍‌ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+