Get Updates
Get notified of breaking news, exclusive insights, and must-see stories!

ଅମିତାଭ ବଚ୍ଚନଙ୍କ ସହ କଲେ ନିଜ ତୁଳନା, କହିଲେ ନିର୍ବାଚନ ଜିତିଲେ ବଲିଉଡ ଛାଡି ଦେବି: କଙ୍ଗନା ରଣାୱତ

Lok Sabha Election 2024: ବଲିଉଡ କୁଇନ୍ କଙ୍ଗନା ରଣାୱତ୍ ନିଜ ତୁଳନା ଅମିତାଭ ବଚ୍ଚନଙ୍କ ସହ କରିଛନ୍ତି । ଏହାସହ ନିକଟରେ ଏକ ରାଲିରେ ସେ ସଙ୍କେତ ଦେଇଛନ୍ତି ଯେ, ଯଦି ଚଳିତ ବର୍ଷ ନିର୍ବାଚନ ସେ ମଣ୍ତି ଆସନରୁ ଜିତୁଛନ୍ତି ତେବେ ସେ ବଲିଉଡ ଛାଡି ଦେବେ ଏବଂ ପୁରାପୁରି ରାଜନୀତିପେ ସକ୍ରିୟ ରହି ଲୋକଙ୍କ ସେବା କରିବେ ।

ରାଜନୀତିରେ ପ୍ରବେଶ କରିଥିବା ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିକଟରେ ହିମାଚଳ ପ୍ରଦେଶର ନିର୍ବାଚନ ରାଲିରୁ ଏକ ଭିଡିଓ ଭାଇରାଲ ହେଉଛି ।

Kangana Ranaut

ଏହି ଭିଡିଓରେ କଙ୍ଗନା ନିଜ ତୁଳନା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ କରିଛନ୍ତି । ସେହିପରି ଇସାାର କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ଦେବେ ଧୀରେ ଧୀରେ ସେ ବଲିଉଡରୁ ବିଦାୟ ନେବେ । ଏବଂ ସେ କେବଳ ଲୋକଙ୍କ ପାଇଁ କାମ କରିବେ ଏବଂ ସେଥି ପ୍ରତି ହିଁ ଧ୍ୟାନ ଦେବେ ।

ଅଭିନେତ୍ରୀ ଆହୁରି କହିଛନ୍ତି, ଯଦି ମୋ ରାଜ୍ୟରେ ଲୋକ ମୋ ସହ ଯୋଡି ହେଉଛନ୍ତି ତେବେ ମୁଁ କେବଳ ରାଜନୀତି କରିବି । ମୋର ଗୋଟିଏ ହିଁ କାମ ରହିବ ଏବଂ ତାହା ହେଉଛି ରାଜନୀତି । ତେବେ ଅନେକ ଚଳଚ୍ଚିତ୍ର ନିର୍ନାତା ମଧ୍ୟ ରାଜନିତୀ କରିବାକୁ ମନା କରନ୍ତି । କିନ୍ତୁ ମୁଁ ଲୋକଙ୍କ ସେବା କରିବା ପାଇଁ ଚାହୁଁଛି ସମସ୍ତଙ୍କ ଆଶା ପୂରଣ କରିବା ପାଇଁ ଚାହୁଁଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଦୀର୍ଘ ଦିନ ବଲିଉଡରେ ରାଜ କରିବା ପରେ ଏବେ ରାଜନିତୀରେ ପାଦ ରଖିଛନ୍ତି କଙ୍ଗନା ରଣାୱତ । ସେ ହିମାଚଳ ପ୍ରଦେଶ ମଣ୍ତି ଆସନରୁ ବିଜେପି ପକ୍ଷରୁ ଟିକେଟ୍ ପାଇଛନ୍ତି । ଏବେ ଅନେକ ସ୍ଥାନରେ ତାଙ୍କୁ ରାଲି କରୁଥିବାର ଦେଖିୂକୁ ମିଳୁଛି । ଲଗାତାର ସେ ପ୍ରଚାର କରୁଛନ୍ତି । କଣ୍ଟ୍ରୋଭର୍ସି କୁଇନ୍ ପ୍ରତ୍ୟେକ ଦିନ ଲାଇମଲାଇଟରେ ରହୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+