ବଡ଼ ପରଦାରେ ଏକାଠି ନଜର ଆସିବେ କଙ୍ଗନା-ବିଜୟ ସେତୁପତି
Entertainment News:ପ୍ରଥମ ଥର ସିନେମାର ରଙ୍ଗିନ୍ ପରଦାରେ ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି । ଉଭୟଙ୍କୁ ଏକାଠି ଦେଖିବା ପାଇଁ ବର୍ତ୍ତମାନ ଫ୍ୟାନ୍ସ ଉତ୍ସାହିତ । ତେବେ ଅହିଂସା ଏଣ୍ଟରଟେନମେଣ୍ଟ ଓ ଟ୍ରିଡେଂଟ୍ ଆର୍ଟ୍ସ ପକ୍ଷରୁ ଏହି ବିଗ୍ ବଜେଟ୍ ଫିଲ୍ମର ନିର୍ମାଣ କରାଯିବ । ବର୍ତ୍ତମାନ ଏହି ଫିଲ୍ମର ନିର୍ଦ୍ଦେଶକଙ୍କ ନାମକୁ ନେଇ କୋଣସି ଘୋଷଣା କରାଯାଇ ନାହିଁ ।
ଏହା ଏକ ସାଇକୋଲୋଜିକାଲ ଥ୍ରୀଲର ଚଳଚ୍ଚିତ୍ର । ଖୁବ ଶୀଘ୍ର ଏହି ଫିଲ୍ମ ସୁଟିଂ ଆରମ୍ଭ କରାଯିବା ନେଇ ସୂଚନା ରହିଛି । ଏହାର ଏକ ପୋଷ୍ଟର ମଧ୍ୟ ପ୍ରଡକ୍ସନ ହାଉସ ପକ୍ଷରୁ ସେୟାର କରାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ସିନେପ୍ରେମୀଙ୍କୁ ପ୍ରଶଂସା ସାଉଁଟୁଛି । ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ଟେକ୍ନୋଲୋଜିର ଝଲକ ଦେଖିବା ପାଇଁ ମିଳିବ ।

ସେପଟେ ବିଜୟଙ୍କ ସହ କଙ୍ଗନାଙ୍କ ଯୋଡିକୁ ନେଇ ଆରମ୍ଭ ହୋଇଯାଇଛି ସମାଲୋଚନା । କିଛି ସୋସିଆଲ ମିଡିଆ ୟୁଜର୍ସ ଏବେଠୁ ଏହି ଫିଲ୍ମକୁ ଟ୍ରୋଲ କିରବା ଆରମ୍ଭ କଲେଣି ଯାହା ନେଇ କଙ୍ଗନା କହିଛନ୍ତି, ମୋର ଯେ କୌଣସି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିବାଦର ସମ୍ମୁଖୀନ ହୋଇଥାଏ । ଏପରି ଘଟଣା ମୋ ପାଇଁ କିଛି ନୂଆ ନୁହେଁ ।
ସୂଚନାଥାଉ ଯେ, ତେଜସ, ଏମରଜେନ୍ସି ଏବଂ ଚନ୍ଦ୍ରମୂଖୀ ୨ ଫିଲ୍ମ ରିଲିଜ୍ ହେବା ପାଇଁ ଯାଉଛି । ସେହିପରି ଶାହାରୁଖ ଖାନଙ୍କ ଚର୍ଚ୍ଚିତ ଫିଲ୍ମ
ଜୱାନରେ ବିଜୟ ସେତୁପତିଙ୍କୁ ଦମଦାର ଚରିତ୍ରରେ ଦେଖିବା ପାଇଁ ମିଳିବ ।












Click it and Unblock the Notifications