Get Updates
Get notified of breaking news, exclusive insights, and must-see stories!

କଙ୍ଗନାଙ୍କ ଟାର୍ଗେଟରେ 'ବ୍ରହ୍ମାସ୍ତ୍ର' ଟିମ୍

କଙ୍ଗନାଙ୍କ ଟାର୍ଗେଟରେ 'ବ୍ରହ୍ମାସ୍ତ୍ର' ଟିମ୍ , ୬୦୦ କୋଟିରେ ଏଭଳି ଫିଲ୍ମ କରି ଟଙ୍କା ନଷ୍ଟ କରାଯାଇଛି ବୋଲି କହିଛନ୍ତି କଙ୍ଗନା । ଯେଉଁମାନେ ଅୟାନଙ୍କ ଭଳି ନିର୍ଦ୍ଦେଶଙ୍କୁ ସପୋର୍ଟ କରୁଛ ସେମାନଙ୍କୁ ଜେଲ ପଠାଇ ଦେବା ଉଚିତ୍ ।

ମୁମ୍ବାଇ: ବଲିଉଡ କଣ୍ଟ୍ରୋଭର୍ସି କୁଇନ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଫିଲ୍ମ 'ବ୍ରହ୍ମାସ୍ତ୍ର'କୁ ନେଇ ଦେଲେ ବିବାଦିୟ ମନ୍ତବ୍ୟ । ଗତକାଲି ଆଲିଆ-ରଣବୀରଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍ ହୋଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଲଗାତାର ଫିଲ୍ମକୁ ଟ୍ରୋଲ କରାଯାଇଥିଲା ହେଲେ ଏହାର ପ୍ରଭାବ ସେତେଟା ଫିଲ୍ମ ଉପରେ ପଡିନାହିଁ । ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ସବୁଥର ପରି ଏଥର ମଧ୍ୟ କଙ୍ଗନା ରଣାୱତଙ୍କ ଟାର୍ଗେଟରେ ଆଲିଆ-ରଣବୀର ଓ ପୁରା ଫିଲ୍ମର ଟିମ୍ ଏପରିକି ଫିଲ୍ମକୁ ସପୋର୍ଟ କରୁଥିବା ଦର୍ଶକଙ୍କ ଉପରେ ମଧ୍ୟ ସୋସିଆଲ ମିଡିଆରେ ବର୍ଷିଛନ୍ତି ଅଭିନେତ୍ରୀ ।

kangana news

କଙ୍ଗନା 'ବ୍ରହ୍ମାସ୍ତ୍ର' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ବ୍ରହ୍ମାସ୍ତ୍ରକୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଛି । ଯାହା ପରେ କଙ୍ଗନା ଫିଲ୍ମ ନିର୍ମାତାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ବଲିଉଡର ଏକ ବିଭାଗ ଅଛି ଯିଏ ନିଜ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରିବେ।

bramhastra

ଫିଲ୍ମ 'ବ୍ରହ୍ମାସ୍ତ୍ର'ପାଇଁ ବିକ୍ରି ହେଉଥିବା ଟିକେଟ୍ ମଧ୍ୟ ଏମାନେ ଛଳନା କରି ବିକ୍ରି କରୁଛନ୍ତି । କଙ୍ଗନା ସୋସିଆଲ ମିଡିଆରେ ଦର୍ଶକଙ୍କର ଏକ ନକାରାତ୍ମକ ସମୀକ୍ଷାର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ 'ଯେତେବେଳେ ମିଥ୍ୟା ବିକ୍ରୟ କରିବାକୁ ଚେଷ୍ଟା କରଯାଏ, ତାର ପରିଣାମ ଏହା ହିଁ ହୁଏ ।

bramhastra

କରଣ ଜୋହର ଆଲିଆ ଭଟ୍ଟ ଏବଂ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅୟାନ ମୁଖାର୍ଜୀଙ୍କୁ ପ୍ରତିଭାବାନ ବୋଲି ପ୍ରୁଭ କରିବା ପାଇଁ ଚେଷ୍ଟା କରୁଛନ୍ତି । ଲୋକେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି । ୬୦୦ କୋଟିରେ ଏଭଳି ଫିଲ୍ମ କରି ଟଙ୍କା ନଷ୍ଟ କରାଯାଇଛି ବୋଲି କହିଛନ୍ତି କଙ୍ଗନା । ଯେଉଁମାନେ ଅୟାନଙ୍କ ଭଳି ନିର୍ଦ୍ଦେଶଙ୍କୁ ସପୋର୍ଟ କରୁଛ ସେମାନଙ୍କୁ ଜେଲ ପଠାଇ ଦେବା ଉଚିତ୍ ବୋଲି କହିଛନ୍ତି କଙ୍ଗନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+