For Quick Alerts
Turn On Notification  
For Daily Alerts
Oneindia App Download

କଙ୍ଗନା କଲେ କାଳିଆ ଦର୍ଶନ : ଫଟୋରେ ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ବଲିଉଡ୍ କୁଇନ୍ କଙ୍ଗନା ରାନାଓ୍ୱାତ୍ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି

|

ପୁରୀ : ବଲିଉଡ୍ କୁଇନ୍ କଙ୍ଗନା ରାନାଓ୍ୱାତ୍ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିବା ସହ ଆଶୀର୍ବାଦ ନେଇଛନ୍ତି କଙ୍ଗନା ।

କଡା ସୁରକ୍ଷା ବଳରେ ପୁରୀରେ ପହଞ୍ଚିଲେ କଙ୍ଗନା

କଡା ସୁରକ୍ଷା ବଳରେ ପୁରୀରେ ପହଞ୍ଚିଲେ କଙ୍ଗନା

ଭୁବନେଶ୍ୱରରୁ ଆଜି ସକାଳୁ କଙ୍ଗନା ପୁରୀ କାଳିଆ ଦର୍ଶନ ପାଇଁ ଯାଇଥିଲେ । କଙ୍ଗନାଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା ।

କଙ୍ଗନାଙ୍କୁ ଦିଆଗଲା କାଳିଆର ସୁନାବେଶ ଫଟୋ

କଙ୍ଗନାଙ୍କୁ ଦିଆଗଲା କାଳିଆର ସୁନାବେଶ ଫଟୋ

ସିଂହଦ୍ୱାରରେ ପହଞ୍ଚିବା ପରେସିଂହାରୀ ସେବାୟତ ମଧୁସୂଦନ ସିଂହାରୀ କଙ୍ଗନାଙ୍କୁ ପାଛୋଟି ନେଇଥିଲେ । ସେବାୟତ ତାଙ୍କୁ ଚତୁର୍ଦ୍ଧାମୂର୍ତ୍ତିର ସୁନାବେଶର ଫଟୋ ଉପହାର ଦେଇଥିଲେ ।

ସିଂହଦ୍ୱାର ସାମ୍ନାରେ କଙ୍ଗନା

ସିଂହଦ୍ୱାର ସାମ୍ନାରେ କଙ୍ଗନା

ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ । ପରେ ସିଂହଦ୍ୱାର ଦେଇ ଫେରିଥିଲେ ।

କଙ୍ଗନାଙ୍କ ହାତରେ କର୍ପବଲ୍ଲଭ

କଙ୍ଗନାଙ୍କ ହାତରେ କର୍ପବଲ୍ଲଭ

ମହାପ୍ରଭୁଙ୍କ ମଥାରେ ଶୋଭା ପାଉଥିବା କର୍ପବଲ୍ଲଭ କଙ୍ଗନାଙ୍କୁ ଦିଆଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ ପରେ ତାଙ୍କୁ ସେବାୟତ ଏହା ପ୍ରଦାନ କରିଥିଲେ ।

ବଡଦାଣ୍ଡରେ ଫଟୋ ଉଠାଇଲେ କଙ୍ଗନା

ବଡଦାଣ୍ଡରେ ଫଟୋ ଉଠାଇଲେ କଙ୍ଗନା

ମହାପ୍ରଭୁଙ୍କ ଦର୍ଶନ ସାରି ମନ୍ଦିର ଚାରିପାଖ ବୁଲିଥିଲେ କଙ୍ଗନା । ସେବାୟତମାନେ ତାଙ୍କୁ ମନ୍ଦିରର ଏୈତିହ୍ୟ ଓ ଦେବାଦେବୀଙ୍କ ବିଷୟରେ ବୁଝାଇ କହିଥିଲେ । ଦର୍ଶନସାରି ଫେରିବା ପରେ ବଡଦାଣ୍ଡରେ ଫଟୋ ଉଠାଇଥିଲେ କଙ୍ଗନା । ସେବାୟତଙ୍କ ତରଫରୁ ତାଙ୍କୁ ଦିଆଯାଇଥିବା ମହାପ୍ରଭୁଙ୍କର ସୁନାବେଶର ଫଟୋ ଓ କରପଲ୍ଲଭ ସହ ଫଟୋ ଉଠାଇଥିଲେ କଙ୍ଗନା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kangana Ranaut Seeks Lord Jagannaths Blessings in Puri Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X