ସଲମାନଙ୍କ ଇଦ୍ ପାର୍ଟିରେ କଙ୍ଗନା
ସଲମାନ ଖାନଙ୍କ ଇଦ୍ ପାର୍ଟିରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଏହା ସମସ୍ତଙ୍କୁ ଚକିତ କରିଥିଲା କାରଣ କଙ୍ଗନା ରାନାୱତ ପ୍ରାୟତଃ କୁହନ୍ତି ଯେ, ବଲିଉଡରେ ତାଙ୍କର ବନ୍ଧୁ ନାହାଁନ୍ତି ।
ମୁମ୍ବାଇ: ସଲମାନ ଖାନଙ୍କ ଇଦ୍ ପାର୍ଟିରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଏହା ସମସ୍ତଙ୍କୁ ଚକିତ କରିଥିଲା କାରଣ କଙ୍ଗନା ରାନାୱତ ପ୍ରାୟତଃ କୁହନ୍ତି ଯେ, ବଲିଉଡରେ ତାଙ୍କର ବନ୍ଧୁ ନାହାଁନ୍ତି ।

ନିକଟରେ ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ, ସଲମାନ ତାଙ୍କର ଜଣେ ଭଲ ବନ୍ଧୁ। ଏହା ନୁହେଁ ଯେ ମୁଁ ପାର୍ଟିରେ ଯୋଗ ଦିଏ ନାହିଁ, ମୁଁ ଯେଉଁଠାରେ ଚାହେଁ ସେଠାକୁ ଯାଏ । ସଲମାନ ମତେ ପାର୍ଟିକୁ ଇନଭାଇଟ୍ କରିଥିଲେ ତେଣୁ ମୁଁ ସାମିଲ ହେଲି ।
ତେବେ ତାଙ୍କ ଘରକୁ ଯଦି ବଲିଉଡର ତିନି ଜଣ ସେଲିବ୍ରେଟୀଙ୍କୁ ଇନଭାଇଟ କରିବା ପାଇଁ କୁହାଯାଏ ତେବେ କଙ୍ଗନା କାହାକୁ ଇନଭାଇଟ କରିବେ ବୋଲି ପ୍ରଶନ ପଚାରିଥିଲେ ଇଣ୍ଟରଭ୍ୟୁଅର। ସେମିତି କେହି ମୋ ଘରକୁ ଆସିବା ପାଇଁ ଯୋଗ୍ୟ ନାହାନ୍ତି ବୋଲି କଙ୍ଗନା ଉତ୍ତର ରଖିଥିଲେ। ବାହାରେ କାହା ସହ ଦେଖା ହେବା ସମ୍ଭବ , କିନ୍ତୁ ଘରେ ନୁହେଁ ।












Click it and Unblock the Notifications